ଗାଈଗୋଠକୁ ମାରିଲା ବିଜୁଳି, ଚାଲିଗଲା ୨ ଗୋରୁଙ୍କ ଜୀବନ, ୩ ଆହତ

କୋଟଗଡ଼,୨ା୯(ସରୋଜ ବଳିୟାରସିଂ): କୋଟଗଡ଼ ବ୍ଲକ ଜୁଡ଼ାବାଲି ପାଞ୍ଚାୟତର ଶ୍ରାଳିଗୁଡାର ରାଶିଫୁଲ ବାରିକଙ୍କ ବଜ୍ରପାତରେ ଦୁଇ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି। ଶନିବାର ଅପରାହ୍ନରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏହି ସମୟ ପଡ଼ିଆରେ ଚରୁଥିବା ଗାଈଗୋଠକୁ ବିଜୁଳି ମାରିଥିଲା ଫଳରେ ଦୁଇଟି ଗୋରୁଙ୍କ ମୃତ୍ୟୁ ସହ ତିନୋଟି ଗୋରୁ ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ତହସିଲଦାର ଦିବାକର ମାଝି ତଦନ୍ତ ପାଇଁ ନିଜ ଟିମ୍‌କୁ ଘଟଣାସ୍ଥଳକୁ ପଠେଇଛନ୍ତି। ଏପଟେ ପ୍ରାଣୀ ବିଭାଗ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତ ଗୋରୁଙ୍କ ବ୍ୟବଚ୍ଛେଦ କରିଥିବା ଶୁଣିବାକୁ ମିଳିଛି। ଏପଟେ ପ୍ରଶାସନ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।