Advertisement

କୁତ୍ରା,୫।୬(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ଗିର୍ଜାପଡ଼ାରେ ରବିବାର ସାରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା। ସେତିକିବେଳେ ଏକ ଗାଈ ଗୋଠରେ ବଜ୍ରପାତ ଘଟି ୨ଗୋରୁଙ୍କ ମୃତ୍ୟୁ ଘଟିଛି। ଏଥିରେ ଏକାଧିକ ଆହତ ହୋଇଥିବା ଜଣାପଡିଛି।

ସନ୍ଧ୍ୟାରେ ହଠାତ୍‌ ଜୋର୍‌ରେ ପବନ ସାଙ୍ଗକୁ ଘଡଘଡି ସହ ବର୍ଷା ହୋଇଥିଲା। ସେତିକିବେଳେ ଗିର୍ଜାପଡାର ସାମୁଏଲ ହେମ୍ରମଙ୍କ ଘର ସମ୍ମୁଖରେ ଏକତ୍ରିତ ହୋଇ ପାଖାପାଖି ୫୦ ଗୋରୁ ଶୋଇଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ୨ ଗୋରୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏକାଧିକ ଗୋରୁ ଆହତ ହୋଇଛନ୍ତି। ଗ୍ରାମର ପ୍ରମୋଦ ମିଲିଆର ଏବଂ ଶିଶିର ତିଡୁଙ୍କ ୨ ଗୋରୁ ବୋଲି ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share