ଦେବୀନଦୀରେ ୨ କୁମ୍ଭୀର, ଲୋକେ ଆତଙ୍କିତ

କଣ୍ଟାପଡା, ୨୧ା୭(ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ନିକଟ ଦେବୀନଦୀରେ ବୁଧବାର ଦୁଇଟି କୁମ୍ଭୀର ଦେଖବାକୁ ମିଳିଥିଲା। ସକାଳେ ୬ରୁ ୭ଫୁଟ ଲମ୍ବର ଏକ କୁମ୍ଭୀର ଓ ଅପରାହ୍ନରେ ୧୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ଅନ୍ୟଏକ କୁମ୍ଭୀରକୁ ଲୋକେ ଦେଖିଥିଲେ। କୂମ୍ଭୀର ଦୁଇଟି ଦେବୀନଦୀର ମାଳିଘାଇଠାରୁ ନିର୍ମାଣାଧୀନ ପୋଲ ଭିତରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ତେବେ ଏହାକୁ ନେଇ ନଦୀକୂଳ ଅଞ୍ଚଳରେ ବାସ କରୁଥିବା ଲୋକମାନେ ଭୟଭୀତ ହୋଇ ପଡିଛନ୍ତି।

Share