ଏକ ସପ୍ତାହ ମଧ୍ୟରେ ୨ କୋଟି କିଶୋରଙ୍କୁ ଦିଆଗଲାଣି କରୋନା ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୮ ।୧: କରୋନା ମହାମାରୀ ସହ ଲଢିବା ପାଇଁ ସପ୍ତାହେ ହେବ କିଶୋର ଅର୍ଥାତ୍ ୧୫-୧୮ ବର୍ଷ ବୟସର ପିଲାମାନଙ୍କୁ ସାରା ଦେଶରେ ଟିକା ଦିଆଯାଉଛି । ଏକ ସପ୍ତାହ ମଧ୍ୟରେ ଦେଶର ପ୍ରାୟ ୨ କୋଟି କିଶୋରଙ୍କୁ କରୋନା ଟିକା ଦିଆ ସରିଥିବା ଶନିବାର ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ । ଏହାଏକ ଭଲ ସାଇନ୍ ବୋଲି ମାଣ୍ଡବିୟ କହିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ କରୋନା ସହ ଲଢିବା ପାଇଁ କେବଳ ବୟସ୍କମାନଙ୍କୁ କରୋନା ଟିକା ଦିଆଯାଉଥିବା ବେଳେ ଏବେ କିଶୋରମାନଙ୍କୁ ଏହି ଟିକା ଦିଆଯାଉଛି । ଏମାନେ ଦେଶର ଭବିଷ୍ୟତ ହୋଇଥିବା ବେଳେ ସରକାର ଏକଥା ଚିନ୍ତା କରି ତୁରନ୍ତ ଏମାନଙ୍କର ଟିକାକରଣ ଆରମ୍ଭ କରିଛନ୍ତି । ଏପଟେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପୂର୍ବରୁ ଟିକା ନେଇଥିବା ଲୋକେ ସଂକ୍ରମିତ ହେଉଥିବା ବେଳେ ଏମାନଙ୍କ ଜୀବନପ୍ରତି କିନ୍ତୁ ବିପଦ ନ ଥିବା କହୁଛନ୍ତି ବିଶେଷଜ୍ଞ । ତେଣୁ ଏବେ ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି ।

Share