Categories: ବାଣିଜ୍ୟ

ଆସନ୍ତା ପାଞ୍ଚ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ ୨ କୋଟି ଘର: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧।୨: ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ଶେଷ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ କହିଛନ୍ତି ଯେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ବିକାଶର ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛି। ଯାହା ସର୍ବଦଳୀୟ, ସର୍ବସମ୍ମତ ଏବଂ ସର୍ବସମାଵେଶୀ ଅଟେ।

ଦେଶର ଅର୍ଥନୀତି ମୋଦି ସରକାରଙ୍କ ଅମଳରେ ଠିକ୍ ଦିଗରେ ଅଛି। ସ୍ୱଚ୍ଛ ଶାସନ ଉପରେ ଆମର ସରକାରଙ୍କ ଧ୍ୟାନ ରହିଛି। ଏହି ସମୟରେ ଅର୍ଥମନ୍ତ୍ରୀ ୨୦ ମିନିଟ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ଗଣନା କରି ଭାରତର ବିକାଶର ଗତି ଉପରେ ଆଲୋଚନା କରିଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆସନ୍ତା ୫ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ଆହୁରି ଦୁଇ କୋଟି ଘର ନିର୍ମାଣ ହେବ ବୋଲି ସେ କହିଛନ୍ତି।

Share