ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ: ଏଟିଏମ୍‌ ଖୋଲା

ନୂଆଦିଲ୍ଲୀ,୧୫।୩: କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ତଥା ଘରୋଇ କରଣ ସମେତ ବିଭିନ୍ନ ଦାବି ନେଇ ଦେଶ ବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ସୋମବାର ଆରମ୍ଭ ହୋଇଛି। ଧର୍ମଘଟ ମଙ୍ଗଳବାର ମଧ୍ୟ ଜାରି ରହିବ। ଦେଶର ୧୦ ଲକ୍ଷରୁ ଅଧିକ ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଛନ୍ତି। ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଧର୍ମଘଟରେ ଗ୍ରାମୀଣ ବ୍ୟାଙ୍କ ମଧ୍ୟ ସାମିଲ ହୋଇଛନ୍ତି। ବ୍ୟାଙ୍କ ବନ୍ଦ ଥିଲେ ମଧ୍ୟ ଏଟିଏମ୍‌ ଖୋଲା ରହିବା ସହିତ ଅନ୍‌ଲାଇନ୍‌ରେ କାରବାର ଜାରି ରହିବ ବୋଲି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଶନିବାର ଏବଂ ରବିବାର ବ୍ୟାଙ୍କ ବନ୍ଦ ଥିଲା। ଏବେ ସୋମବାର ଏବଂ ମଙ୍ଗଳବାର ମଧ୍ୟ ବ୍ୟାଙ୍କ ବନ୍ଦ ରହିବାରୁ ଶାଖାରେ ବିଭିନ୍ନ ଗ୍ରାହକ ସେବା ବାଧାପ୍ରାପ୍ତ ହୋଇଛି।

Share