Posted inଜାତୀୟ

ନିର୍ବାଚନର ଦୁଇ ଦିନ ପୂର୍ବରୁ ହରିୟାଣାରେ ବଡ ଧରଣର ଅଦଳବଦଳ

ଚଣ୍ଡିଗଡ଼,୩।୧୦: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ସମୟରେ ଭାଜପାକୁ ବଡ଼ ଝଟକା ଲାଗିଛି। ଅଶୋକ ତନୱର ଦଳ ଛାଡି ପୁଣି କଂଗ୍ରେସରେ ଯୋଗ ଦେଇଛନ୍ତି।
ଅଶୋକ ତନୱାର ଗୁରୁବାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପାର୍ଟିକୁ ଫେରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ତାଙ୍କୁ ପାର୍ଟି ପତାକା ସହିତ ସ୍ବାଗତ କରିଥିଲେ।
ଅଶୋକ ତନୱର ହରିୟାଣା କଂଗ୍ରେସର ପ୍ରଥମ ସଭାପତି ଥିଲେ। ଏହା ପରେ ରାହୁଲ ଗାନ୍ଧୀ ଏବଂ ଭୁପେନ୍ଦ୍ର ସିଂ ହୁଡାଙ୍କ ଉପରେ ଅଭିଯୋଗ ଆଣି ସେ ତ୍ରୁଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ତା’ପରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ।
ଏହା ପରେ ସେ ଭାଜପାରେ ଯୋଗ ଦେଇଥିଲେ। ୨୦୨୪ ଲୋକ ସଭା ନିର୍ବାଚନରେ ସେ କୁମାରୀ ଶୈଳଜାଙ୍କ ବିରୋଧରେ ସିରସାରୁ ଭାଜପା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।
ଅକ୍ଟୋବର ୫ରେ ହରିୟାଣାର ସମସ୍ତ ୯୦ଟି ଆସନରେ ଏକକାଳୀନ ଭୋଟିଂ ଅନୁଷ୍ଠିତ ହେବ। ଭୋଟ ଦେବାର ଦୁଇ ଦିନ ପୂର୍ବରୁ ଅଶୋକ ତନୱାର କଂଗ୍ରେସରେ ଯୋଗଦେବା ସହିତ ଭାଜପାକୁ ଏକ ବଡ ଝଟକା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଚାର ପାଇଁ ଆଜି ହେଉଛି ଗୁରୁବାର ଶେଷ ଦିନ। ସା ୬ଟା ପରେ ପ୍ରଚାର ବନ୍ଦ ହେବ । ଅକ୍ଟୋବର ୫ରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୮ରେ ଭୋଟର ଗଣନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୈବାହିକ ବଳାତ୍କାରର ଅପରାଧୀକରଣକୁ ବିରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩।୧୦: ସୁପ୍ରିମକୋର୍ଟରେ ବୈବାହିକ ବଳାତ୍କାରକୁ ଅପରାଧୀକରଣ କରିବାକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର। ଅନ୍ୟାନ୍ୟ “ଉପଯୁକ୍ତ ପରିକଳ୍ପିତ ଦଣ୍ଡବିଧାନ ବ୍ୟବସ୍ଥା” ଥିବାରୁ ବୈବାହିକ ବଳାତ୍କାରକୁ ଅପରାଧୀକରଣ...

କେକ୍‌ ଖାଇଲେ ହୋଇପାରେ କ୍ୟାନ୍ସର: ସତର୍କ କରାଇଲା ଫୁଡ୍ ସେଫ୍‌ଟି ଅଥରିଟି

ବେଙ୍ଗାଲୁରୁ,୩।୧୦: ବଜାରରେ ମିଳୁଥିବା ଭଳିକି ଭଳି କେକ୍‌ ଖାଇଲେ ହୋଇପାରେ କ୍ୟାନ୍ସର। ବିଶେଷ କରି ସ୍ଥାନୀୟ ବେକେରୀ ମାନଙ୍କରେ ପ୍ରସ୍ତୁତ କେକ୍‌ରେ ଏହି ବିପଦ ଅଧିକ...

ନିର୍ବାଚନ ପୂର୍ବରୁ ଏକନାଥ ଶିନ୍ଦେଙ୍କୁ ବଡ ଝଟ୍‌କା, ବାଜି ମାରିଲେ ଠାକରେ

ମୁମ୍ବାଇ,୩।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଶିବସେନା ଏବଂ ଏହାର ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ବଡ ଝଟ୍‌କା ଲାଗିଛି। ଅପରପକ୍ଷେ, ଶିବସେନାର...

ମହାରାଷ୍ଟ୍ରରେ ପୁଣି ପାଲା ବଦଳାଇବା ଚକ୍କରରେ ପୂର୍ବତନ ମନ୍ତ୍ରୀ, ଭାଜପା ଛାଡି…

ମୁମ୍ବାଇ,୩।୧୦: ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ର୍ନିିାଚନ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ଭାଜପାର ବରିଷ୍ଠ ନେତା ହର୍ଷବର୍ଦ୍ଧନ ପାଟିଲ ଭାଜପା ଛାଡିବେ ବୋଲି ଅନୁମାନ...

ଭାଜପାକୁ ଝଟ୍‌କା, ଗିରଫ ହେଲେ ଦ୍ରୌପଦୀ!

ନୂଆଦିଲ୍ଲୀ,୩।୧୦: ବିଆର ଚୋପ୍ରାଙ୍କ ଟେଲିଭିଜନ ସିରିଏଲ ‘ମହାଭାରତ’ରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିବା ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଭାଜପା ନେତା ରୂପା ଗାଙ୍ଗୁଲିଙ୍କୁ...

କୋର୍ଟ ଭିତରେ ଓକିଲଙ୍କୁ କାହିଁକି ଗାଳି ଦେଲେ ସିଜେଆଇ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ,୩।୧୦: ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଜଣେ ଓକିଲଙ୍କୁ ତାଗିଦ କରିଛନ୍ତି। ଯେତେବେଳେ ଓକିଲ ବେଞ୍ଚକୁ କହିଥିଲେ ଯେ କୋର୍ଟରେ ଲିଖିତ ଆଦେଶର...

ଓଡ଼ିଶାରେ ହେବ ଶିଳ୍ପ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଥିଲେ। ବୈଠକରେ...

ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଓଡ଼ିଶାରେ ପୁଞ୍ଜି ବିନିଯୋଗ ନେଇ…

ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛନ୍ତି। ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଓ୍ବାନ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri