Categories: ଜାତୀୟ

ଏହି ରାଜ୍ୟରେ ସପ୍ତାହକୁ ପ୍ରତ୍ୟେକ ଶନିବାର-ରବିବାର ଲାଗୁ ହେବ ଲକ୍‌ଡାଉନ

ଡେରାଡୁନ,୧୭।୭: ଉତ୍ତରାଖଣ୍ଡରେ ବଢ଼ୁଥିବା କରୋନା ଭାଇରସ୍‌ ସଂକ୍ରମଣ ମାମଲାକୁ ଦେଖି ରାଜ୍ୟର ସୀମା ସିଲ୍‌ କରିବା ସହ ସପ୍ତାହକୁ ୨ଦିନ ଲକ୍‌ଡାଉନ କରିବାକୁ ସ୍ଥିର କରିଛନ୍ତି ରାଜ୍ୟସରକାର। ରାଜ୍ୟରେ ସପ୍ତାହକୁ ଶନିବାର ଓ ରବିବାର ଲକ୍‌ଡାଉନ କରାଯିବ ବୋଲି ଶୁକ୍ରବାର ସରକାରୀ ମୁଖପାତ୍ର ସୂଚନା ଦେଇଛନ୍ତି। ତେବେ ଏନେଇ ଖୁବ୍‌ଶୀଘ୍ର ଗାଇଡ୍‌ଲାଇନ୍‌ ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତିବେନ୍ଦ୍ର ସିଂହ ରାଓ୍ବତ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ତିବେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟ ସଚିବ ଉତ୍ପଲ କୁମାର ସିଂହ ଓ ସ୍ବାସ୍ଥ୍ୟ ସଚିବ ଅମିତ ନେଗୀ ସାମିଲ ହୋଇଥିଲେ। ଏହି ବୈଠକରେ କରୋନା ସଂକ୍ରମଣ ରୋକିବାକୁ ଯଥାସମ୍ଭବ ପ୍ରଚେଷ୍ଟା କରିବା ସହ ରାଜ୍ୟ ସୀମା ସିଲ୍‌ ଓ ସପ୍ତାହକୁ ୨ଦିନ ଲକ୍‌ଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଏଯାଏଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୨୩୦ଜଣ ସୁସ୍ଥ ଓ ୨୫ଜଣଙ୍କ ମୃତ୍ୟୁ ଘଟିସାରିଛି।

Share