Categories: ଜାତୀୟ

ଭୟାବହ ଅଗ୍ନିକାଣ୍ଡ:୨ ମୃତ

ମୁମ୍ବାଇ,୭।୧୧: ମୁମ୍ବାଇର କାନ୍ଦିବାଲି ଅଞ୍ଚଳରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମଥୁରାଦାସ ରୋଡରେ ଥିବା ହଂସା ହେରିଟେଜ ନାମକ ଏକ ୧୫ ମହଲା କୋଠାର ୧୪ ମହଲାରେ ଏହି ଘଟଣା ଘଟିଛି। ତେବେ ନିଆଁରେ ପୋଡି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସୂଚନାନୁସାରେ, ଦୀପାବଳିରେ ଘରେ ଲାଗିଥିବା ଦୀପରୁ ଏହି ନିଆଁ ଲାଗିଛି । ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ନିଆଁର ଶିଖା ବିଲ୍ଡିଂର ଝରକା ପଟେ ବାହାରକୁ ଆସିବା ସହ ଧୀରେ ଧୀରେ ବ୍ୟାପିବାରେ ଲାଗିଥିଲା । ତେଣୁ ନିଆଁକୁ ଆୟତ୍ତ କରିବା କଷ୍ଟ ହୋଇପଡିଥିଲା । ରାତି ୧୦ଟା ୩୦ ସୁଦ୍ଧା ଫାୟାର ବିଗ୍ରେଡ ସେଠାରେ ରହୁଥିବା ୮ ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ । ଏହି ଅଘଟଣ ସମୟରେ ମୁମ୍ବାଇ ମେୟେର କିଶୋରୀ ପେଡନେକର ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି ।

Share