ଝାରସୁଗୁଡାରେ ଝାଡାବାନ୍ତି: ପୁଅଙ୍କ ପରେ ଚାଲିଗଲା ବାପାଙ୍କ ଜୀବନ

ଝାରସୁଗୁଡା ଅଫିସ,୩୦।୫: ଝାରସୁଗୁଡା ପୌରାଞ୍ଚଳ ୧୩ନଂ ଓ୍ବାର୍ଡ ଦେବାଡିହି ଗ୍ରାମରେ ଝାଡାବାନ୍ତିରେ ୧୫ରୁ ୨୦ ଗ୍ରାମବାସୀ ଆକ୍ରାନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ଆଦି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ଚିକିତ୍ସାଧିନ ଅବସ୍ଥାରେ ଗ୍ରାମର ଲିଟିପଡାର ବାପା ଓ ପୁଅଙ୍କ ମୃତ୍ୟୁ ହୋଇଛି। ଗତ ଗୁରୁବାର ପ୍ରଥମେ ପୁଅ ଅକ୍ରୁର ପ୍ରଧାନ(୪୦)ଙ୍କ ମୃତ୍ୟୁ ହୋଇଥିବାବେଳେ ଶନିବାର ବାପା ଶ୍ରୀପ୍ରସାଦ ପ୍ରଧାନ(୬୫)ଙ୍କ ମୃତ୍ୟୁ ହୋଇଛି। ଏହି ଝାଡ଼ାବାନ୍ତି ଗ୍ରାମର ଲିଟିପଡା,ବଇଦପଡା ଓ ପାନ୍ନାପଡା ଆଦି ପଡାରେ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜିଲାର ସଦର ମହକୁମାରେ ଏଭଳି ଅଭାବନୀୟ ଘଟଣା ଘଟିଥିବାବେଳେ ଗ୍ରାମରେ ଅଦ୍ୟାବଧି ସ୍ବାସ୍ଥ୍ୟ ବିଭାଗର କୌଣସି ଡାକ୍ତର ଓ କର୍ମଚାରୀ ପହଞ୍ଚିନାହାନ୍ତି। ଫଳରେ ସ୍ବାସ୍ଥ୍ୟ ବିଭାଗର ଅବହେଳାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Share