ନାବାଳିକାଙ୍କୁ ବଳାତ୍କାର ପରେ ବିଷ ଘଟଣାରେ ୨ ଅଟକ

ସଜନାଗଡ଼, ୨ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇ ଦିଆଯାଇଥିଲା। ପରେ ମେଡିକାଲରେ ବିଷକ୍ରିୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ତାଙ୍କ ଦାଦା ନୀଳଗିରି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ମଙ୍ଗଳବାର ଇଟାଭାଟି ମାଲିକ ଓ ଟ୍ରାକ୍ଟର ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବାଲେଶ୍ୱର ଏସ୍‌ପି ସୁଧାଂଶୁ ଷଡ଼ଙ୍ଗୀ ଏକ ଟିମ୍‌ କରି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନୀଳଗିରି ଏସ୍‌ଡିପିଓ ରୀତେଶ କୁମାର ମହାପାତ୍ର ଓ ଆଇଆଇସି ପ୍ରଭଞ୍ଜନ ବେହେରା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ଇଟାଭାଟିକୁ ଯାଇ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ନୀଳଗିରି ଶ୍ରମ ଅଧିକାରୀ ମଧ୍ୟ ଇଟାଭାଟିକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ମନୋଜ ରାଉତ ନୀଳଗିରି ଥାନାରେ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଶବ ବ୍ୟବଚ୍ଛେଦ କରାଇଥିବା ବେଳେ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ଥିଲେ ା ଏନେଇ ନୀଳଗିରି ଥାନାରେ ଏକ ମାମଲା(ନଂ.୩୯୫/୨୦) ରୁଜୁ ହୋଇଛି। ଦଫା ୩୨୮, ୩୦୨, ୩୭୬ (ଡିଏ) ଆଇପିସି ୬ ପୋକ୍‌ସୋ ଧାରାରେ ମାମଲା ରୁଜୁ ହୋଇଥିବା ଆଇଆଇସି ପ୍ରଭଞ୍ଜନ ବେହେରା ସୂଚନା ଦେଇଛନ୍ତି।

Share