ପୁରୀ ଅଫିସ, ୨୬।୬: ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ହେଲେ ଶୁକ୍ରବାର ୨ଜଣ ସେବାୟତ ବେଶରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶକରି ଧରାପଡ଼ିଛନ୍ତି। ଏହି ୨ ଛଦ୍ମବେଶୀ ସେବାୟତଙ୍କୁ କୁମ୍ଭାରପଡ଼ା ପୋଲିସ ଅଟକରଖି ପଚରାଉଚରା କରୁଛି।
ବର୍ତ୍ତମାନ ଚତର୍ଦ୍ଧାବିଗ୍ରହ ନବଦିନାତ୍ମକ ଯାତ୍ରାରେ ଆସି ଆଡ଼ପ ମଣ୍ଡପରେ ବିଜେ କରୁଛନ୍ତି। କୌଣସି ଭକ୍ତଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଛଡ଼ାଯାଉ ନାହିଁ। ହେଲେ ସକାଳେ ମଙ୍ଗଳ ଆଳତି ବେଳେ ୨ ଅଣ ସେବାୟତ ପାଟ ପିନ୍ଧି ସେବାୟତ ବେଶରେ ପ୍ରବେଶ କରିଥିଲେ। ଉଭୟଙ୍କୁ ସେବାୟତମାନେ ଚିହ୍ନଟ କରି ପୋଲିସକୁ ଖବର ଦେଇଥିଲେ। କୁମ୍ଭାରପଡ଼ା ପୋଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇ ପଚରାଉଚା କରୁଥିବା ଜଣାପଡ଼ିଛି।