Categories: ଖେଳ

ବିଶ୍ୱକପ୍‌ରେ ଦୁଇ ଦ୍ୱିଶତକ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ତ୍ରୟୋଦଶ ସଂସ୍କରଣକୁ ଆଉ ମାତ୍ର ୩ ଦିନ ବାକି ରହିଛି। ବିଶ୍ୱକପରେ ସ୍କୋର କରିବାର ଅତିରିକ୍ତ ଚାପ ସର୍ବଦା ଖେଳାଳିଙ୍କ ଉପରେ ରହିଥାଏ। ଏହି ଚାପ ସତ୍ତ୍ୱେ ଅନେକ ଖେଳାଳି ସଫଳତାର ସହ ରନ୍‌ ସ୍କୋର କରିଥାନ୍ତି। ମାର୍ଟିନ୍‌ ଗପ୍ଟିଲ ଓ କ୍ରିସ୍‌ ଗେଲ୍‌ ଏମିତି ଦୁଇ ଜଣ ଖେଳାଳି ଯେଉଁମାନେ ବିଶ୍ୱକପରେ ଦ୍ୱିଶତକ ଅର୍ଜନ କରିଛନ୍ତି। ଆଜି ବିଶ୍ୱକପ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ୫ ଖେଳାଳିଙ୍କ ଉପରେ ଏକ ନଜର….
ମାର୍ଟିନ୍‌ ଗପ୍ଟିଲ: ୨୩୭* ରନ୍‌
ବିଶ୍ୱକପରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ନ୍ୟୁଜିଲାଣ୍ଡର ମାର୍ଟିନ୍‌ ଗପ୍ଟିଲ ପ୍ରଥମ ସ୍ଥାନରେ ରହିଛନ୍ତି। ୨୦୧୫ ମସିହାର ବିଶ୍ୱକପରେ ଓ୍ବେଲିଂଟନ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚରେ ସେ ଏହି ରେକର୍ଡ କରିଥିଲେ। ୧୬୩ ବଲ୍‌ ଖେଳି ସେ ୨୪ ଚୌକା ୧୧ ଛକା ମାରିଥିଲେ। ଦିନିକିଆ ବିଶ୍ୱକପ ଇତିହାସରେ ଏହା ରହିଥିଲା ଦ୍ୱିତୀୟ ଦ୍ୱିଶତକ।
କ୍ରିସ୍‌ ଗେଲ୍‌: ୨୧୫ ରନ୍‌
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ତଥା ବିସ୍ଫୋରକ ବ୍ୟାଟର କ୍ରିସ୍‌ ଗେଲ୍‌ ପ୍ରଥମ ଖେଳାଳି ଭାବରେ ବିଶ୍ୱକପରେ ଦ୍ୱିଶତକ ଅର୍ଜନ କରିଥିଲେ। ଜିମ୍ବାଓ୍ବେ ବିପକ୍ଷ ଏହି ମ୍ୟାଚରେ ସେ ୨୧୫ ରନ୍‌ ସ୍କୋର କରିଥିଲେ। ୧୪୭ ବଲ୍‌ର ଏହି ଇନିଂସରେ ସେ ୧୦ ଚୌକା ଓ ୧୬ ଛକା ମାରିଥିଲେ। ବିଶ୍ୱକପରେ ସ୍କୋର ହୋଇଥିବା ଦୁଇଟି ଯାକ ଦ୍ୱିଶତକ ୨୦୧୫ ସଂସ୍କରଣରେ ହୋଇଥିଲା
ଗ୍ୟାରୀ କର୍ଷ୍ଟେନ୍‌: ୧୮୮* ରନ୍‌
ଦକ୍ଷିଣ ଆଫ୍ରିକାର ପୂର୍ବତନ ଓପନର ତଥା ବିଶ୍ୱକପ ବିଜୟୀ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଥିବା ଗ୍ୟାରୀ କର୍ଷ୍ଟେନ୍‌ ବିଶ୍ୱକପର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୮୮ ରନ୍‌ କରିଥିଲେ। ପାକିସ୍ତାନର ରାଓ୍ବଲପିଣ୍ଡିରେ ସେ ଏହି ଇନିଂସ ଖେଳିଥିଲେ। ୟୁଏଇ ବିପକ୍ଷରେ ଖେଳିଥିବା ଏହି ଇନିଂସରେ ୧୫୯ ବଲ୍‌ ଖେଳି ୧୩ ଚୌକା ଓ ୪ ଛକା ମାରିଥିଲେ।
ସୌରଭ ଗାଙ୍ଗୁଲି: ୧୮୩ ରନ୍‌
ଭାରତର ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ୱକପର ସର୍ବାଧିକ ବ୍ୟକ୍ତିଗତ ସ୍କୋର ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି। ୧୯୯୯ ଦିନିକିଆ ବିଶ୍ୱକପରେ ସେ ଶ୍ରୀଲଙ୍କା ବିପକ୍ଷରେ ଏହି ସ୍କୋର କରିଥିଲେ। ରାହୁଲ ଡ୍ରାଭିଡଙ୍କ ସହିତ ୩୩୧ ରନ୍‌ର ପାର୍ଟନରଶିପ୍‌ ଅବସରରେ ଟନ୍‌ଟନ୍‌ରେ ଖେଳିଥିଲେ ଏହି ଐତିହାସିକ ଇନିଂସ। ୧୫୮ ବଲ୍‌ର ଏହି ଇନିଂସରେ ସାମିଲ ଥିଲା ୧୭ ଚୌକା ଓ ୭ ଛକା।
ଭିଭିଆନ୍‌ ରିଚାର୍ଡସ୍‌: ୧୮୧ ରନ୍‌
ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟର ଭିଭିଆନ୍‌ ରିଚାର୍ଡସ ୧୮୧ ରନ୍‌ ସ୍କୋର କରିବା ସହିତ ବିଶ୍ୱକପରେ ସର୍ବାଧିକ ସ୍କୋର ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି।

 

Share