ଟୋକିଓ,୨୮ା୧୨: ଜାପାନ ଉପକୂଳରେ ଗୁରୁବାର କ୍ରମାଗତ ୨ଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ଯଥାକ୍ରମେ ୬.୫ ଏବଂ ୫.୦ ରହିଥିଲା ବୋଲି ଆମେରିକା ଭୂତାତ୍ତ୍ୱିକ ସର୍ଭେ (ୟୁଏସ୍ଜିଏସ୍) ସୂଚନା ଦେଇଛି।
ଦକ୍ଷିଣପୂର୍ବ ଉପକୂଳରେ ଅବସ୍ଥିତ କୁରିଲ ଆଇଲାଣ୍ଡରେ ରାତି ୨ଟା ୪୫ରେ ପ୍ରଥମ କମ୍ପନ ହୋଇଥିବାବେଳେ ରାତି ୩ଟା ୭ ମିନିଟ୍ ସମୟରେ ଦ୍ୱିତୀୟ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ କେନ୍ଦ୍ରର ଗଭୀରତା ଯଥାକ୍ରମେ ୨୩.୮ କି.ମି. ଏବଂ ୪୦ କି.ମି. ଗଭୀରରେ ବୋଲି ୟୁଏସ୍ଜିଏସ୍ ପକ୍ଷରୁ କୁହାଯାଇଛି।