ଜମନକିରା,୬ା୧୦(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ବଡ଼ରମା ରେଞ୍ଜ ତିଲେଇମାଲ ଗାଁ ପତ୍ରା ଜଙ୍ଗଲରେ ବୁଧବାର ରାତିରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନାହିଁ। ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଅନୁମାନ କରାଯାଉଛି କି, ହାତୀମାନେ କୀଟନାଶକ ଔଷଧ ପଡ଼ିଥିବା ଧାନ ଗଛ ଖାଇ ମୃତ୍ୟୁ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରେ ବାମରା ଡିଏଫ୍ଓ ଫାଲ୍ଗୁନୀ ସାରଥୀ ମଲ୍ଲିକ, ରେଞ୍ଜର ଗଜିନ୍ଦ୍ର ନାୟକ, ଫରେଷ୍ଟର ପ୍ରମୁଖ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାଯାଇଛି।