ମାଲବାହୀ ଟ୍ରେନର ଦୁଇ ଇଞ୍ଜିନ ଲାଇନଚ୍ୟୁତ

ଛତ୍ରପୁର,୨୫।୫(ଡିଏନଏ ): ଗଞ୍ଜାମ ଜିଲାର ଛତ୍ରପୁର ଓ ଗଞ୍ଜାମ ମଧ୍ୟ ଭାଗରେ ମାଲବାହୀ ଟ୍ରେନର ଦୁଇ ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ବର୍ତ୍ତମାନ ଗୋଟାଏ ଲାଇନକୁ ବ୍ଲକ କରାଯାଇ ଅନ୍ୟ ଲାଇନରେ ଟ୍ରେନ ଯାତାୟାତ ହେଉଛି । ଉଦ୍ଧାର କାର୍ଯ୍ୟରେ ଖୋର୍ଦ୍ଧା ଡିଭିଜନର ଖୋର୍ଦ୍ଧା ଓ ପାଲାସା ଦୁଇ ଟିମ୍‌ ଲାଗିଛନ୍ତି । ଏହି ମାଲବାହୀ ଟ୍ରେନରେ ୱାଇଟ ଡଷ୍ଟ( ସିଙ୍କନ) ବୋଝେଇ ହୋଇ ରାଜଗାଙ୍ଗପୁର ଠାରୁ ବଇରୀ ଅଭିମୁଖେ ଯାତ୍ରା କରୁଥିଲା। ଘଟଣାସ୍ଥଳରେ ଖୋର୍ଦ୍ଦା ଡିଭିଜନର ଡିଆରଏମ ରୀଙ୍କେସ ରାୟ ଉପସ୍ଥିତ ଅଛନ୍ତିl ଡିଆରଏମଙ୍କ ନେତୃତ୍ୱରେ ବହୁ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଇଞ୍ଜିନ ଲାଇନଚ୍ୟୁତ ହେବାର ସ୍ପଷ୍ଟ କାରଣ ଜଣାପଡିନାହିଁ।

Share