ସୋନପୁର/ତରଭା,୧୯।୭: ବିଦ୍ୟୁତ୍ ଆଘାତରେ ସୁବର୍ଣ୍ଣପୁର ଜିଲା ତରଭା ଥାନା ପଣ୍ଡକିମାଲ ଗ୍ରାମର ୨ଜଣ ଚାଷୀଙ୍କ ସୋମବାର ମୃତ୍ୟୁ ଘଟିଛି। ସେମାନେ ହେଲେ ରାଧେଶ୍ୟାମ ସାହୁ(୪୫) ଓ ଗୋପ ସାହୁ(୨୦)। ବର୍ଷାଭାବ ଯୋଗୁ ଦୁହେଁ ଧାନ କ୍ଷେତରେ ପାଣି ମଡାଇବା ପାଇଁ ପମ୍ପରେ ବିଦ୍ୟୁତ୍ ତାର ସଂଯୋଗ କରୁଥିଲେ। ସେତିକିବେଳେ ବିଦ୍ୟୁତ୍ ତାର ସଂଶ୍ପର୍ଶରେ ଆସି ରାଧେଶ୍ୟାମ ଓ ଗୋପ ଗୁରୁତର ହୋଇପଡିଥିଲେ। ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ତରଭା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।