କୋରାପୁଟ,୩।୧୦(ସ୍ବ.ପ୍ର.): ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର କୋରାପୁଟ ଗସ୍ତରେ ଯାଇଥିବା ବେଳେ ୨ ଜଣ ମହିଳା ମାଓବାଦୀ ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଏସିଏମ୍ କ୍ୟାଡ୍ରର ଥିଲେ। ସେହିଭଳି ଅନ୍ୟ ଜଣଙ୍କ ମିଲିଟାରୀ ଗ୍ରୁପରେ କାର୍ଯ୍ୟ କରୁଥିଲେ। ସେମାନେ ହେଲେ ଦେବା ପଡ଼ିଆମୀ ଓରଫ ଗାଙ୍ଗି ଓ ଗୀତା ପଡ଼ଆମୀ ଓରଫ ରଜିତା।