ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା ପରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଥିବା ସ୍ପଷ୍ଟ ହୋଇଛି। ଏହି ନିର୍ବାଚନମଣ୍ଡଳୀ ପାଇଁ ଗଣେଶ୍ୱର ବେହେରା ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ତାଙ୍କର ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ ଭାବେ କଂଗ୍ରେସର ଡ. ସିପ୍ରା ମଲ୍ଲିକ ଓ ଭାଜପାର ଗୀତାଞ୍ଜଳି ସେଠୀ ଦଳୀୟ ସଙ୍ଗଠନକୁ ଏକାଠି କରି ଗ୍ରାମ ଓ ସହରାଞ୍ଚଳରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି।
କେନ୍ଦ୍ରାପଡ଼ା ବ୍ଲକ ଓ ପୌରାଞ୍ଚଳ ସହ ପଟ୍ଟାମୁଣ୍ଡାଇର ୧୨ ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ କ୍ଷେତ୍ରରେ ମୋଟ ଭୋଟରଙ୍କ ସଂଖ୍ୟା ୨,୨୮,୫୯୬। ଏଥିରୁ ପୁରୁଷଙ୍କ ସଂଖ୍ୟା ୧,୧୭,୯୪୧ ଓ ମହିଳାଙ୍କ ସଂଖ୍ୟା ୧,୧୦,୬୪୬। ପ୍ରାୟ ୭ ହଜାର ମହିଳାଙ୍କ ସଂଖ୍ୟା କମ୍‌ ରହିଥିଲେ ମଧ୍ୟ ମତଦାନ କେନ୍ଦ୍ରରେ ଏମାନଙ୍କ ଯୋଗଦାନ ପୁରୁଷଙ୍କଠାରୁ ଅଧିକ। ୨୦୧୭ ପଞ୍ଚାୟତ ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୨ ପଞ୍ଚାୟତ ନିର୍ବାଚନକୁ ଆକଳନ କଲେ ପୁରୁଷଙ୍କଠାରୁ ମହିଳାଙ୍କ ମତଦାନ ହାର ପ୍ରାୟ ୧୨ ପ୍ରତିଶତ ଅଧିକ। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି। ଅପରପକ୍ଷରେ ଚଳିତ ନିର୍ବାଚନରେ ପ୍ରାର୍ଥୀଙ୍କ ଦଳ ବଦଳ ଚର୍ଚ୍ଚାରେ ଅଛି। ଗଣେଶ୍ୱର କଂଗ୍ରେସ ଛାଡି ବିଜେଡି, ସିପ୍ରା ଓ ଗୀତାଞ୍ଜଳି ବିଜେଡି ଛାଡି କଂଗ୍ରେସ ଓ ଭାଜପାର ପ୍ରାର୍ଥୀ ହୋଇଛନ୍ତି। ୨୦୦୯ରେ ଗଣେଶ୍ୱରଙ୍କ ସହ ସିପ୍ରାଙ୍କ ମୁକାବିଲା ହୋଇଥିଲା। ସେହି ନିର୍ବାଚନରେ ସିପ୍ରା ବିଜୟୀ ହୋଇଥିଲେ। ସେହିପରି ଗୀତାଞ୍ଜଳି ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଜିଲା ପରିଷଦ ସଭାପତି ଭାବେ କାର୍ଯ୍ୟ ତୁଲାଇଛନ୍ତି। ଗଣେଶ୍ୱରଙ୍କ କଂଗ୍ରେସ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି। ଏହାସତ୍ତ୍ୱେ ବିଜେଡିର ଆଭ୍ୟନ୍ତର କନ୍ଦଳ ଅଦ୍ୟାବଧି ସମାଧାନ ହୋଇନାହିଁ। ଅସନ୍ତୁଷ୍ଟ ବିଜେଡି ନେତାଙ୍କ ମଧ୍ୟରେ ସମନ୍ବୟ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ପ୍ରତ୍ୟେକ ପ୍ରାର୍ଥୀ ପାଇଁ ବିଧାନସଭା କ୍ଷେତ୍ରର ଆଞ୍ଚଳିକ ସମସ୍ୟା ସମାଧାନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ପୂର୍ବରୁ ଏହି ବିଧାନସଭା କ୍ଷେତ୍ରରେ ମେଡିକାଲ କଲେଜ, କୃଷି ବିଶ୍ୱବିଦ୍ୟାଳୟ, କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା, କୃଷି କ୍ଷେତ୍ରକୁ ଜଳ ପରିଚାଳନା ଆଦିକୁ ନେଇ ଗଣେଶ୍ୱର ଆନ୍ଦୋଳନ କରୁଥିଲେ। ଏବେ ଏହି ସମସ୍ୟାକୁ କଂଗ୍ରେସ ପ୍ରାର୍ଥୀ ସିପ୍ରା ଓ ଭାଜପା ପ୍ରାର୍ଥୀ ଗୀତାଞ୍ଜଳି ଉଠାଇଲେଣି। ଏହାବ୍ୟତୀତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଅବ୍ୟବସ୍ଥା, ମହିଳା ନିର୍ଯାତନା ଆଦିକୁ ବିରୋଧୀ ପ୍ରସଙ୍ଗ କରିଛନ୍ତି। ସେହିପରି ନିର୍ବାଚନମଣ୍ଡଳୀରେ ଧୋୟା ଅଞ୍ଚଳର ସମସ୍ୟା, ରାଶନ କାର୍ଡ, ଭତ୍ତା, ଆବାସ ଯୋଜନା ଆଦିର ଅବ୍ୟବସ୍ଥାକୁ ଶାସକ ଦଳ ପ୍ରାର୍ଥୀ ଗଣେଶ୍ୱରଙ୍କୁ ଅପ୍ରୀତିକର ପରିସ୍ଥିତିରେ ପକାଇବା ସମ୍ଭାବନା ଦେଖାଦେଇଛି। ତେବେ ଶାସକ ଦଳର ଉନ୍ନୟନ କାର୍ଯ୍ୟକୁ ଆଧାର କରି ଗଣେଶ୍ୱର ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ରାଜନୀତିରେ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିବାରୁ ଆଗକୁ ଏହି ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ...

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ମିଳୁନି ପିଇବା ପାଣି

ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

ଓଡ଼ିଆ ପକ୍ଷ ପାଳନରେ ବରପୁତ୍ରଙ୍କ ଜୀବନୀକୁ ଅନୁସରଣ କରିବାକୁ ଆହ୍ବାନ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଜନ୍ମ ନେଇ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ଦିଗ ଦେଖାଇଥିବା କିମ୍ବା ସତନ୍ତ୍ର ଓଡ଼ିଶା ଗଠନର ନେତୃତ୍ୱ ନେଇଥିବା ବ୍ୟକ୍ତିବିଶେଷ ତଥା...

ଟ୍ରମ୍ପଙ୍କ ବଡ଼ ଘୋଷଣା: ଟାରିଫ ଓ୍ବାରରୁ ବାଦ ପଡ଼ିଲା ସ୍ମାର୍ଟଫୋନ, କମ୍ପ୍ୟୁଟର, ଇଲେକ୍ଟ୍ରୋନିକ ଆଇଟମ

ଓ୍ବାଶିଂଟନ,୧୨।୪: ଟାରିଫ ଓ୍ବାର ମାଧ୍ୟମରେ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସ୍ମାର୍ଟଫୋନ, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀକୁ...

ଅକାଳୀ ଦଳର ଅଧ୍ୟକ୍ଷ ଭାବେ ପୁଣି ସୁଖବୀର ନିର୍ବାଚିତ

ଚଣ୍ଡିଗଡ଼,୧୨।୪: ସୁଖବୀର ସିଂ ବାଦଲ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି)ର ଅଧ୍ୟକ୍ଷ ଭାବେ ଶନିବାର ନିର୍ଦ୍ୱନ୍ଦ୍ୱରେ ପୁନଃ ନିର୍ବାଚିତ ହୋଇଛନ୍ତି। ଧର୍ମୀୟ ଅସଦାଚରଣ ପାଇଁ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image