ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଟିମ୍ ୧୨ ବର୍ଷର ଜଣେ ନାବାଳିକାଙ୍କ ପେଟରୁ ଫୁଟବଲ ଆକାରର ଦୁଇଟି ଟ୍ୟୁମର ବାହାର କରିଛନ୍ତି। ଗତ ୪-୫ ବର୍ଷ ଧରି ନାବାଳିକାଙ୍କ ପେଟରେ ଦରଜ ହେଉଥିଲା। ଧୀରେ ଧୀରେ ଏହାର ଆକାର ବଢ଼ିବାରେ ଲାଗିଲା। ଫଳରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ତାଙ୍କୁ କଷ୍ଟ ହେଲା। ପରେ ପରିବାର ଲୋକେ ନାବାଳିକାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲକୁ ନେଇଥିଲେ। ସେଠାରେ ତରୁଣ ମିତ୍ତଲ (ଲାପ୍ରୋସ୍କୋପିକ୍ ଆଣ୍ଡ୍ ବାରିୟାଟ୍ରିକ୍ ସର୍ଜନ) ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଡାକ୍ତର ପେଟରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ସିଟି ସ୍କାନ କରିବାରୁ ପେଟରେ ଦୁଇଟି ବଡ଼ ବଡ଼ ଟ୍ୟୁମର ଥିବା ଦେଖିବାକୁ ମିଳିଥିଲା। ଏହାକୁ ସର୍ଜିକାଲ ଟିମ୍ର ନେତୃତ୍ୱରେ ଡା. ତରୁଣ ମିତ୍ତଲ, ଡା. ଆଶିଷ ଦେ, ଡା. ଅନମୋଲ ଆହୁଜା ସଫଳତାର ସହ ଅପରେଶନ କରାଇଥିଲେ। ବର୍ତ୍ତମାନ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି।