Advertisement

ଦୁର୍ବୃତ୍ତଙ୍କ ଗୁଳିମାଡରେ ଦୁଇ ବନରକ୍ଷୀ ଗୁରୁତର

ବୌଦ୍ଧ/ବଘିଅପଡା, ୨୯।୩: ବୌଦ୍ଧ ଜିଲା ବଘିଅପଡା ଫାଣ୍ଡି ନିକଟ ଖାଲିଆପଲି ଛକଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଦୁଇ ବନରକ୍ଷୀ ଗୁରୁତର ହୋଇଥିବା ଜଣାପଡିଛି। ସୂଚନାନୁଯାୟୀ, ବୌଦ୍ଧ ବନର କର୍ମଚାରୀ ରାତ୍ରୀ ପାଟ୍ରୋଲିଙ୍ଗରେ ଖାଲିଆପଲି ରାସ୍ତାରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ବନ ବିଭାଗର ଗାଡିକୁ ଗୁଳିମାଡ କରିଥିଲେ। ଫଳରେ ବନରଖି ନୀଳାଚଳ ପ୍ରଧାନ ଓ ନବକିଶୋର ସାହୁଙ୍କ ଦେହରେ ଗୁଳି ବାଜି ଥିଲା। ବର୍ତ୍ତମାନ ଦୁଇ ବନରଖି ବୌଦ୍ଧ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share