Categories: ଜାତୀୟ

ଜଣେ ପ୍ରେମିକଙ୍କୁ ଦୁଇ ପ୍ରେମିକା, ରାସ୍ତା ମଝିରେ ଟଣାଓଟରା; ଭାଇରାଲ ହେଉଛି ଭିଡିଓ

ଲକ୍ଷ୍ନୌ,୨୭ା୧୦: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ମାଡ୍‌ପିଟ୍‌ର ଭିଡିଓ ଭାଇରାଲ ହେଉଛି। ଯାହା ସାଧାରଣ ଜନତାଙ୍କୁ ଚକିତ କରିଦେଇଛି। ଲକ୍ଷ୍ନୌର ବାରାବୀରୟା ଚୌରାହ ନିକଟରେ ଥିବା ଏକ ହୋଟେଲ ବାହାରେ ଏହି ଘଟଣା ଘଟିଛି। ଦୁଇଜଣ ଯୁବତୀ ଜଣେ ପ୍ରେମିକଙ୍କ ପାଇଁ ରାସ୍ତା ମଝିରେ ଟଣାଓଟରା ହୋଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି।

ସୋମବାର ରାତିରେ ଏହି ଘଟଣା ଘଟିଛି। ହୋଟେଲ ବାହାରେ ଏକ କାର୍‌ ଅଟକିଥିଲା। ଏଥିରୁ ଜଣେ ଯୁବତୀ ବାହାରିଥିଲେ। ତାଙ୍କ ସହିତ ତାଙ୍କ ପ୍ରେମିକ ରବିନ ବି ଆସିଥିଲେ। ସେ କାର୍‌ରୁ ବାହାରିବା ପରେ ବର୍ତ୍ତମାନର ପ୍ରେମିକା ପୂର୍ବତନ ପ୍ରେମିକାଙ୍କ ସହ ମାଡ୍‌ପିଟ୍‌ ଆରମ୍ଭ ହୋଇଥିଲା। ଦୁହେଁ ଦୁହିଁଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ବି କରିଥିଲେ। ମାଡ୍‌ପିଟ୍‌ ଏତେ ଭୟଙ୍କର ଥିଲା ଯେ, ଏଥିରେ ପୂର୍ବତନ ପ୍ରେମିକା ଗୁରୁତର ହୋଇଛନ୍ତି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ବର୍ତ୍ତମାନର ପ୍ରେମିକାଙ୍କୁ ଗିରଫ କରିଛି।

Share