୧୪ ଫୁଟ୍‌ ଉଚ୍ଚରୁ ଦୁଇ ଶିଶୁଙ୍କୁ ଫିଙ୍ଗି ଦେଲେ

ଓ୍ବାଶିଂଟନ,୧।୪: ଆମେରିକା-ମେକ୍ସିକୋ ସୀମାରେ ୧୪ ଫୁଟ୍‌ ବିଶିଷ୍ଟ କାନ୍ଥ ଉପରୁ ଦୁଇ ଇକ୍ୱାଡର ଶିଶୁକନ୍ୟାଙ୍କୁ ଫୋପାଡ଼ି ଦେଇଛନ୍ତି ଦୁର୍ବୃତ୍ତ। ସେମାନଙ୍କୁ ଆମେରିକାର କଷ୍ଟମ ଓ ସୀମା ସୁରକ୍ଷା (ସିବିପି) ଅଧିକାରୀ ଉଦ୍ଧାର କରିଛନ୍ତି। ଜଣଙ୍କ ବୟସ ୫ ବର୍ଷ ହୋଇଥିବାବେଳେ ଅନ୍ୟ ଶିଶୁକନ୍ୟାର ବୟସ ୩ ବର୍ଷ।

ମେକ୍ସିକୋ ସୀମାରୁ ସ୍ମଗଲରମାନେ ମଙ୍ଗଳବାର ସନ୍ଧ୍ୟାରେ ସାଣ୍ଟା ଟେରେସା ଠାରେ ଦୁଇ ଶିଶୁକନ୍ୟାଙ୍କୁ ଫୋପାଡି ଦେଇଥିଲେ। ଏ ଘଟଣା ଦୋଷୀମାନଙ୍କୁ ଚିହ୍ନଟ କରିବା ଲାଗି ମେକ୍ସିକୋ ଅଧିକାରୀଙ୍କ ସହାୟତା ନିଆଯାଉଛି।

Share