Categories: ଜାତୀୟ

ମା’ଙ୍କ ମୃତ ଦେହ ସହିତ ଏକ ବର୍ଷ ରହୁଥିଲେ ଦୁଇ ଝିଅ, ମୃତ ଦେହରୁ ପୋକ ବାହାର କରି ଫିଙ୍ଗୁଥିଲେ,କଙ୍କାଳକୁ ରଖିଥିଲେ ରେଜେଇ ଘୋଡାଇ…

ବାରାଣସୀ,୩୦।୧୧ : ବାରାଣାସୀର ଲଙ୍କା ପୋଲିସ ଷ୍ଟେଶନ ପରିସରର ମଦରଭାନରେ ଜଣେ ମହିଳାଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ଅସୁସ୍ଥତା ଯୋଗୁ ୮ ଡିସେମ୍ବର ୨୦୨୨ ରେ ମହିଳାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କର ଦୁଇ ଝିଅ ଅନ୍ତିମ ସଂସ୍କାର କରି ନ ଥିଲେ। ମହିଳାଙ୍କ ମୃତଦେହକୁ ସେମାନେ ରେଜେଇ ଭିତରେ ଲୁଚାଇ ରଖିଥିଲେ।

ମୃତ ଦେହରେ ହେଉଥିବା ପୋକକୁ ସେମାନେ ହାତରେ ବାହାର କରି ଫିଙ୍ଗୁ ଥିଲେ ବୋଲି କହିଛନ୍ତି। ଯେତେବେଳେ ଅତ୍ୟଧିକ ଦୁର୍ଗନ୍ଧ ବାହାରିଲା, ସେମାନେ ଘରର ଛାତକୁ ଯାଇ ତାଙ୍କ ଖାଦ୍ୟ ଖାଉଥିଲେ। ପ୍ରାୟ ଏକ ବର୍ଷ ଧରି ମହିଳାଙ୍କ ମୃତଦେହ ସହିତ ସେମାନେ ରହିଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ଲଙ୍କା ପୋଲିସ ଷ୍ଟେଶନ କର୍ମଚାରୀ ବୁଧବାର ଘଟଣାସ୍ଥଳରେ ପହଞ୍ଚି ଘରର ତିନି ଦ୍ୱାରର ତାଲା ଭାଙ୍ଗି ଭିତରକୁ ଯାଇଥିଲେ।

କଙ୍କାଳଟି ବାହାର କରାଯାଇଥିଲା ଏବଂ ଉଭୟ ଝିଅଙ୍କୁ ମଧ୍ୟ ଘରୁ ଅଣାଯାଇଥିଲା। ପ୍ରମାଣ ସ୍ବରୂପ ମହିଳାଙ୍କ ପୋଷାକ, ଚପଲ, ବେଡସିଟ, ରେଜେଇ ଇତ୍ୟାଦି ଜବତ କରାଯାଇଛି। ପୋଲିସର ସୂଚନାନୁସାରେ ଉଭୟ ଝିଅଙ୍କ ମାନସିକ ଅବସ୍ଥା ଭଲ ନୁହେଁ।

କେହି ସମ୍ପର୍କୀୟ ଆସିଲେ କିଛି ବାହାନା କରି ସେମାନେ କବାଟ ଖୋଲିବାକୁ ମନା କରିଦେଉଥିଲେ। କେହି ଅଧିକ ବାଧ୍ୟ କଲେ ପୋଲିସକୁ ଡାକିବାକୁ ଧମକ ଦେଉଥିଲେ। ଗତ ଏକ ବର୍ଷ ଧରି ଏହା ଚାଲିଥିଲା। ଦୁଇ ମାସ ପୂର୍ବେ ଯେତେବେଳେ ପିତା ରାମକୃଷ୍ଣ ଲକ୍ଷ୍ନୌରୁ ତାଙ୍କର ଅନ୍ୟ ଜଣେ ଝିଅ ପାଖରୁ ନିଜ ଘରକୁ ଆସିଥିଲେ, ପଲ୍ଲଭି ଏବଂ ବୈଷ୍ଣବୀ କବାଟ ଖୋଲି ନ ଥିଲେ।

ପାଖରେ ଟଙ୍କା ନ ଥିବାରୁ ସେମାନେ ମାତା ଉଷାଙ୍କର ମୃତଦେହର ଅନ୍ତିମ ସଂସ୍କାର କରି ନ ଥିବା ପଚରାଉଚରା ବେଳେ କହିଛନ୍ତି। ବଡ ଝିଅ ପଲ୍ଲଭିଙ୍କୁ ୨୭ ବର୍ଷ ବୟସ। ସାନ ଝିଇ ବୈଷ୍ଣବୀଙ୍କୁ ୧୮ ବର୍ଷ ବୟସ।
ପଲ୍ଲବୀ ମାଷ୍ଟର ଡିଗ୍ରୀ କରିଥିବାବେଳେ ବୈଷ୍ଣବୀ ଜଣେ ହାଇସ୍କୁଲ ଛାତ୍ରୀ। ବର୍ତ୍ତମାନ ଉଭୟଙ୍କୁ ମିର୍ଜାପୁରର ମାଉସୀ ଏବଂ ମଉସାଙ୍କ ସୁରକ୍ଷାରେ ଦିଆଯାଇଛି। ମଉସା ଧର୍ମେନ୍ଦ୍ରଙ୍କ ଅଭିଯୋଗ କ୍ରମେ ଉଷାଙ୍କ କଙ୍କାଳର ପୋଷ୍ଟ ମର୍ଟମ ଚାଲିଛି।
ଦୁଇ ଝିଅ ରୋଷେଇ ଘରେ ଖାଦ୍ୟ ରାନ୍ଧୁଥିଲେ ଏବଂ ଏହାକୁ ଘର ଛାତରେ ନେଇ ଖାଉଥିଲେ।

 

Share