ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଲେ ୨ ବର: ଆଉ ତା’ପରେ

ଉତ୍ତର ପ୍ରଦେଶର କନୌଜରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏକ ବିବାହ ସମାରୋହରେ ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଛନ୍ତି ୨ ବର। ଯେଉଁ ୨ ବର ସେଠାରେ ପହଞ୍ଚିଥିଲେ ସେମାନଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତ କନ୍ୟାଙ୍କ ପ୍ରେମିକ ହୋଇଥିବାବେଳେ ଅନ୍ୟଜଣେ ହେଉଛନ୍ତି ପରିବାର ସ୍ଥିର କରିଥିବା ଯୁବକ। ବିବାହ ସମାରୋହରେ ଦୁଇ ବରଙ୍କୁ ଦେଖି ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, କନୌଜର, କକଲାପୁର ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି। ପ୍ରଥମେ କନ୍ୟା ଘର ସ୍ଥିର କରିଥିବା ଯୁବକ ବରଯାତ୍ରୀ ଧରି ମଣ୍ଡପରେ ପହଞ୍ଚତ୍ଥିଲେ। ତାଙ୍କ କନ୍ୟାଘର ଲୋକେ ଜୋରଦାର ସ୍ବାଗତ କରୁଥିବାବେଳେ କନ୍ୟାଙ୍କ ପ୍ରେମିକ ମଧ୍ୟ ବରଯାତ୍ରୀ ଧରି ସେଠାରେ ପହଞ୍ଚିଥିଲେ। ଏହାପରେ କନ୍ୟା ନିଜ ପ୍ରେମିକଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ଘଟଣା ବିଗିଡିବା ପୂର୍ବରୁ କିଛି ଲୋକ ପୋଲିସକୁ ଏନେଇ ସୂଚନା ଦେଇଥିଲେ। ପୋଲିସ ସମ୍ପୃକ୍ତ କନ୍ୟା ଏବଂ ତାଙ୍କ ପ୍ରେମିକଙ୍କୁ ଥାନାକୁ ନେଇଥିଲା। ଏହାପରେ ଉଭୟ ପକ୍ଷ ଆଲୋଚନା ମାଧ୍ୟମରେ ଘଟଣାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ।

Share