ନାଚ ଦେଖିବା ବେଳେ ଗୋଷ୍ଠୀ ସଂଘର୍ଷ: ଛୁରା ମାଡ଼ରେ ୨ ଗୁରୁତର

ପୁରୁଷୋତ୍ତମପୁର,୧୮।୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ପିଛୁଲି ଗ୍ରାମରେ ନାଚ ଦେଖିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ସଂଘର୍ଷ ବେଳେ ଛୁରାମାଡ଼ରେ ବୁର୍ତ୍ତୁଳୁ ଗ୍ରାମର ୩ଜଣ ଯୁବକ ତପନ ଦାସ(୨୨), ଶିବ ଦାସ(୨୪) ଓ ସୁଦାମ ଦାସ(୨୪) ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରକୁ ଆଣିଥିଲେ। ସେଠାରେ ଶିବ ଓ ସୁଦାମଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଡିଛି। ଏନେଇ ଶିବଙ୍କ ବାପା ପାଣ ଦାସ ଥାନାରେ ଏକ ଅଭିଯୋଗ କରିଛନ୍ତି।

ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ପିଛୁଲି ଗ୍ରାମରେ କୋଠିସାଳ କୁମ୍ଭବୁଡା ଯାତ୍ରା ଚାଲିଥିବା ବେଳେ ବୁର୍ତ୍ତୁଳୁ ଗ୍ରାମର ଯୁବକମାନେ ଦେଖିବାକୁ ଆସିଥିଲେ। ନାଚ ଦେଖିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇ ଗଣ୍ଡଗୋଳ ହୋଇଥିଲା। ଫଳରେ ପିଛୁଲି ଗ୍ରାମର କେତେକ ବ୍ୟକ୍ତି ଛୁରିରେ ଆକ୍ରମଣ କରିଥିଲେ।