
ଆନନ୍ଦପୁର,୨୬।୨(ସୁଶାନ୍ତ କୁମାର ସାହୁ ): ରାତିରେ ପିକପ ଭ୍ୟାନ ଯୋଗେ ବାହାରକୁ ଚାଲାଣ କରା ଯାଉଥିଲା ଗୋରୁ। କିନ୍ତୁ ମଙ୍ଗଳବାର ରାତିରେ ଗ୍ରାମବାସୀଙ୍କୁ ସାଇଟ ମାରି ଦ୍ରୁତ ବେଗରେ ପିକପ ଭ୍ୟାନ ପଳାଉ ଥିବାବେଳେ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତିl ଆନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୩୧ ଗୋରୁକୁ ଜବତ କରି ଗୋଶାଳାକୁ ପଠାଇ ଥିବା ଜଣା ପଡିଛି ।
ସୂଚନାରୁ ଜଣା ପଡିଛି ଗତକାଲି ମଙ୍ଗଳବାର ରାତି ୧୦ଟା ସମୟରେ ମୋଚିନ୍ଦା ଗାଁ ଭିତରେ ଥିବା ଖେଳ ପଡିଆରେ ୪ଟି ପିକପ ଭ୍ୟାନରେ ଗୋରୁ ନେବା ପାଇଁ ଯୋଜନା ହୋଇଥିଲା। ଗୋଟାଏ ପିକପ ଭ୍ୟାନରେ ଗୋରୁ ଲୋଡ଼ ହୋଇ ଦ୍ରୁତ ବେଗରେ ଯାଉଥିବା ବେଳେ ଜଣଙ୍କୁ ସାଇଟ ମାରି ପଳାଉ ଥିବା ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଗ୍ରାମବାସୀଙ୍କ ଦ୍ୱରା ୩୧ଟି ଗୋରୁକୁ ଅଟକ ରଖିବା ପରେ ଆନନ୍ଦପୁର ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିି ଘଟଣାର ତଦନ୍ତ କରିବା ପରେ ଗୋରୁଗୁଡ଼ିକ ଆନନ୍ଦପୁର ପୋଲିସ ଦ୍ୱାରା ଗୋଶାଳାକୁ ପଠାଯାଇଥିବା ଆନନ୍ଦପୁର ଥାନା ଅଧିକାରୀ ଫନିଦ୍ର ଭୂଷଣ ନାଏକ କହିଛନ୍ତି l