ଜମିଜମା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ବାଲିଗୁଡ଼ା,୯ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ମାଦାଙ୍ଗୀ ଗାଁ ନିକଟରେ ଦୀର୍ଘଦିନ ହେଲା ରହିଆସୁଥିବା ଏକ ଜାଗାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏ ନେଇ କୋଟଗଡ଼ ଥାନାରେ ଦୁଇଟି ପୃଥକ୍‌ ମାମଲା ରୁଜୁ ହୋଇଛି।

ଘଟଣାରୁ ପ୍ରକାଶ, କୋଟଗଡ଼ ତହସିଲ ଅନ୍ତର୍ଗତ ମାଦାଙ୍ଗୀ ଗାଁ ନିକଟ ଏକ ଖାଲି ସ୍ଥାନରେ ଦୀର୍ଘ ୮ରୁ ୧୦ ବର୍ଷ ହେବ କିଛି ଅଣଆଦିବାସୀ ଲୋକ ଘର କରି ରହି ଆସୁଛନ୍ତି। ନିଜର ପେଟପାଟଣା ପିଲାଙ୍କ ପାଠ ପଢ଼ିବା ଓ ସ୍ବାସ୍ଥ୍ୟସେବା ସୁବିଧାରେ ପାଇବା ପାଇଁ ସହରଠାରୁ ଅଳ୍ପ ଦୂରରେ ଏଭଳି ଖାଲି ଜାଗା ଦେଖି ବସତି ସ୍ଥାପନ କରିଆସୁଛନ୍ତି। କିନ୍ତୁ ଏବେ କିଛି ଦିନ ହେବ କିଛି ଆଦିବାସୀ ବ୍ୟକ୍ତି ତାଙ୍କ ଜାଗା କହି ତାଙ୍କ ସହ ଝଗଡ଼ା କରିବା ସହ ସେଠାରୁ ଘର ଛାଡ଼ି ଚାଲିଯିବା ପାଇଁ କହିବା ସହ ମୁହାଁମୁହିଁ ହୋଇ ଗଣ୍ଡଗୋଳ କରୁଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପନିନା ନାୟକ ନାମକ ଜଣେ ମହିଳା। ଏତଲାରେ ଦର୍ଶାଇଛନ୍ତି ଡିସେମ୍ବର ୭ ତାରିଖ ଗୁରୁବାର ରାତିରେ ଆଦିବାସୀ ୧୧ ଜଣ ଆସି ଘରେ ପଶି ନାନା ଗାଳିଗୁଲଜ କରିବା ସହ ମହିଳାଙ୍କୁ ମାଡ଼ ମାରିଥିଲେ ଏବଂ ଦୁଇଟି ଘର ଭଙ୍ଗାରୁଜା କରିଦେଇଥିଲେ। ସେହିପରି ଆଦିବାସୀ ପକ୍ଷରୁ ଉକ୍ତ ଜାଗା ଆମ ନାମରେ ରହିଛ। ଏଣୁ ତୁରନ୍ତ ଖାଲି କରିବା ପାଇଁ କହିବା ପରେ ଆମକୁ ଅଣ ଆଦିବାସୀମାନେ ଗଣ୍ଡଗୋଳ କରୁଛନ୍ତି ବୋଲି ଏକ ଲିଖିତ ଏତଲା ଅନିଲ ବଡ଼ମାଝି ଥାନାରେ ଦେବା ସହ ତାଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତ। ଅଣଆଦିବାସୀ ଓ ଆଦିବାସୀଙ୍କ ପକ୍ଷରୁ ଥାନାରେ ଦୁଇଟି ଲିଖିତ ଏତଲା ଆଧାରରେ କୋଟଗଡ଼ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଉଭୟ ଗୋଷ୍ଠୀଙ୍କୁ ବୁଝାଶୁଝା କରିବା ସହ କିଛି ନ ତୁଟିବା ରୁ ୧୬୬/୨୩ ଓ ୧୬୭ /୨୩ ଦୁଇଟି ମାମଲା ରୁଜୁ କରିବା ସହ ତଦନ୍ତ ଚାଲୁ ରହିଥିବା କହିଛନ୍ତ। ଆଦିବାସୀ ଓ ଅଣଆଦିବାସୀ ଏହି ଜମିଜମାକୁ ନେଇ ମୁହାଁମୁହିଁ ଘଟଣାକୁ ନେଇ ପୂର୍ବରୁ କୋଟଗଡ଼ ଚର୍ଚ୍ଚାରେ ରହିଥିବାରୁ ପୁଣି ସେହି ଘଟଣାର ପୁନରାବୃତ୍ତି ନ ହୋଇ କିଭଳି ଘଟଣାର ସମାଧାନ ହେବ ସେଥିପାଇଁ ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri