ସୋସିଆଲ ମିଡିଆରେ ଏବେ ଏକ ବାଛୁରୀର ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ବାଛୁରୀର ଦୁଇଟି ମୁହଁ ରହିଛି। ଯାହାକି ଘୁଷୁରି ପରି ଦେଖାଯାଉଛି। ଏହି ବାଛୁରୀ ରୁଷିଆର ଖାକାସିଆର ମଟେକଚିକ୍ ଗାଁରେ ହୋଇଛି। ଭାଇରାଲ ଫଟୋରେ ଏକ ବାଛୁରୀର ରଙ୍ଗ ଗୋଲାପୀ ରଙ୍ଗର। ବାଛୁରୀର ଜିଭ ଛୁରି ପରି। ସ୍ଥାନୀୟ ଲୋକ କୁହନ୍ତି, ବାଛୁରୀ ଜନ୍ମ ହେବା ପରେ ତା’ର ମୃତ୍ୟୁ ହୋଇଥିଲା। ଏହାର କିଛିଦିନ ପରେ ଗାଈର ମଧ୍ୟ ମୃତ୍ୟୁ ଘଟିଥିଲା। ସାକାସିଆ ଗଣରାଜ୍ୟର କୃଷି ଏବଂ ଖାଦ୍ୟ ମନ୍ତ୍ରଣାଳୟର ପ୍ରାଣୀ ଚିକିତ୍ସା ବିଭାଗ ୨୫ ଅକ୍ଟୋବରରେ ଏହି ଘଟଣାର ପ୍ରକୃତ ତଦନ୍ତ ପାଇଁ ଗାଁକୁ ଯାଇଥିଲେ। ଗାଈର ମାଲିକ କୁହନ୍ତି, ବାଛୁରୀର ମୃତ୍ୟୁ ଘଟିଛି। ଏହା ଗାଈର ପ୍ରଥମ ସନ୍ତାନ ଥିଲା।
ପ୍ରାଣୀ ବିଭାଗର ଡାକ୍ତର କୁହନ୍ତି, ଗତ ବର୍ଷ ଚାଇନାରେ ଏମିତି ଦୁଇ ମୁଣ୍ଡିଆ ବାଛୁରୀ ଜନ୍ମ ନେଇଥିଲା। ଯାହାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା।