ରାଜରାସ୍ତାରେ ବୁଲୁଥିଲା ଦୁଇମୁଣ୍ଡିଆ ବିଷାକ୍ତ ସାପ

କଲ୍ୟାଣ, ୧୩।୮: ମହାରାଷ୍ଟ୍ର କଲ୍ୟାଣ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ରାଜରାସ୍ତାରେ ବୁଲୁଥିବା ଏକ ଦୁଇମୁଣ୍ଡିଆ ବିଷାକ୍ତ ସାପକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ପ୍ରାୟ ୧୧ ସେଣ୍ଟିମିଟର ଲମ୍ବ ଏହି ବିରଳ ପ୍ରଜାତିର ସାପର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଡିମ୍ପଲ ଶାହା ନାମକ ଜଣେ ବ୍ୟକ୍ତି ପ୍ରଥମେ ଦେଖିଥିଲେ। ସେ ଏନେଇ ଲୋକଙ୍କୁ ସତର୍କ କରିବା ସହିତ ସାପ ଧରିବା ଟିମ୍‌କୁ ସୂଚନା ଦେଇଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସାପକୁ ଧରିଥିଲେ। ସାପର ଭିଡ଼ିଓ ଭାରତୀୟ ବନ ସେବା ଅଫିସର(ଆଇଏଫ୍‌ଏସ୍‌) ସୁଶାନ୍ତ ନନ୍ଦା ନିଜ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଏହି ୨୦ ସେକେଣ୍ଡର ଭିଡ଼ିଓକୁ ଇତିମଧ୍ୟରେ ୧୦ ହଜାରରୁ ଅଧିକ ଥର ଦେଖା ସରିଛି। ଏହି ପ୍ରଜାତିର ସାପକୁ ବିଭିନ୍ନ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବାରୁ ଏହାର ଚୋରା ଚାଲାଣ କରାଯାଉଥିବା ସୁଶାନ୍ତ କହିଛନ୍ତି।

Share