ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମଣିଷ ସମୁଦ୍ର ମଝିରେ ଯୋଗ କରୁଛି ତ ଆଉ କେତେବେଳେ ଶିକାର ପାଇଁ ବାଘ ପାହାଡ ଉପରୁ ଡେଉଁଛି। ବର୍ତ୍ତମାନ ସାରୁ ପତ୍ର ଉପରେ ଏକ ଦୁଇ ମୁଣ୍ଡିଆ ସାପ ଖେଳୁଥିବା ଦେଖାଯାଉଛି। ମହାରାଷ୍ଟ୍ରରୁ ଏହି ସାପଟି ଉଦ୍ଧାର ହୋଇଛି। ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ସାପଟି ଯାହାକୁ କାମୁଡେ କିଛି ସମୟ ମଧ୍ୟରେ ତାର ମୃତ୍ୟୁ ଘଟିଥାଏ। ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ଏହି ଭିଡିଓକୁ ନିଜ ଟୁଇଟରରେ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ଦୁଇଟି ମୁଣ୍ଡ ଥିବା ରୁସେଲ୍ସ ଭାଇପରକୁ ମହାରାଷ୍ଟ୍ରରୁ ଉଦ୍ଧାର କରାଯାଇଛି। ଅନ୍ୟ ବିଷାକ୍ତ ସାପଙ୍କଠାରୁ ଏହି ସାପଟି ଅଧିକ ବିଷାକ୍ତ ଅଟେ। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
Double danger😳😳
Two headed Russell’s Viper rescued in Maharashtra. Genetic abnormality and hence low survival rates in the wild.The Russell’s Viper is far more dangerous than most poisonous snakes because it harms you even if you survive the initial bite. pic.twitter.com/ATwEFFjaGy
— Susanta Nanda (@susantananda3) August 8, 2020