ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା,୪ ମୃତ

ସିଡ଼ନୀ,୨।୧: ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ ଅଞ୍ଚଳରେ ସୋମବାର ଦୁଇଟି ହେଲିକପ୍ଟର ପରସ୍ପର ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ସୂଚନା ମିଳିଛି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗୋଟିଏ ହେଲିକପ୍ଟର ଅବତରଣ କରୁଥିବା ବେଳେ ଅନ୍ୟଟି ଉଡ଼ାଣ ଭରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ଅଧିକାରୀ କହିଛନ୍ତି। ଦୁର୍ଘଟଣା ପରେ ଗୋଟିଏ ହେଲିକପ୍ଟର ସୁରକ୍ଷିତ ଭାବେ ଗୋଲ୍ଡକୋଷ୍ଟର ମେନ ବିଚରେ ଅବତରଣ କରିଥିଲା। ତେବେ କ୍ଷତିଗ୍ରସ୍ତ ହେଲିକପ୍ଟରଟି ଲ୍ୟାଣ୍ଡିଂ ସ୍ଥଳରୁ ବହୁ ଦୂରରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡିଛି। ଏହି ଘଟଣାକୁ ନେଇ ତଦନ୍ତ କରାଯାଉଛି ବୋଲି ଅଷ୍ଟ୍ରେଲିଆ ପରିବହନ ସୁରକ୍ଷା ବ୍ୟୁରୋ (ଏଟିଏସବି) କହିଛି।

Share