କାଠମାଣ୍ଡୁ,୩୦ ।୧: ଅଯୋଧ୍ୟାରେ ଆରମ୍ଭ ହୋଇଥିବା ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ବାଲ୍ୟ ରୂପକୁ ସ୍ଥାପନ କରିବାକୁ କାଲିଗଣ୍ଡକି ନଦୀରୁ ଆସୁଥିବା ଦୁଇଟି ବିଶାଳ ଶିଳା(ପଥର) ଜନକପୁରଧାମରୁ ସୋମବାର ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଏହି ଶିଳା ଶନିବାର ରାତିରେ ଜନକପୁରରେ ପହଞ୍ଚିଥିଲା ।
ନେପାଳରୁ ଆସିଥିବା ପଥରରେ ଭଗବାନ ରାମଙ୍କ ବାଲ୍ୟ ରୂପ ନିର୍ମାଣ କରାଯିବ । ପଥରକୁ ଏକାଠି କରି ପଠାଇବାରେ ସକ୍ରିୟ ଭୂମିକା ନେଇଥିବା ଜାନକି ମନ୍ଦିରର ମହନ୍ତ ରାମପଦେଶ୍ୱର ଦାସ କହିଛନ୍ତି, ପଥରକୁ ଖୋଦନ କରି ଭଗବାନ ରାମଙ୍କ ବାଲ୍ୟରୂପ ନିର୍ମାଣ କରାଯିବ ଓ ଏହା ମନ୍ଦିରରର ଗର୍ଭଗୃହରେ ରଖାଯିବ । ସେ କହିଛନ୍ତି, ରାମ ମନ୍ଦିରରେ ଯେଉଁ ମୂଳ ସ୍ୱରୂପ ସ୍ଥାପନ କରାଯିବ ତାହା ନେପାଳି ଶିଲାରେ ନିର୍ମାଣ କରାଯିବ । ତାଙ୍କ ଅନୁଯାୟୀ, ମୂର୍ତ୍ତିକୁ ଏକାଠି ଦୁଇଟି ଶିଳାରେ ନିର୍ମାଣ କରାଯିବ । ଜାନକି ମନ୍ଦିରର ମହନ୍ତ ରାମରୋଶନ ଦାସ ବୈଷ୍ଣବ କହିଛନ୍ତି, ଏହି ପଥରରୁ ୧୦ ମାସ ମଧ୍ୟରେ ଭଗବାନ ରାମଙ୍କ ପ୍ରତିମା ତିଆରି ହୋଇଯିବ ।