ସୀମାନ୍ତରୁ ଦୁଇ ଆଇଇଡି ବୋମା ଜବତ

ମାଲକାନଗିରି,୬ା୮(ଦୁର୍ଯୋଧନ ପତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲାରେ ସର୍ଚ୍ଚ ଅପରେଶନ ବେଳେ ଯବାନମାନେ ରବିବାର ଦୁଇଟି ଆଇଇଡି ବୋମା ଜବତ କରିଛନ୍ତି। ବିଜାପୁର ଜିଲା ଗୋଲାକୋଣ୍ଡା ନିକଟ ପାହାଡ ଅଞ୍ଚଳରେ ମାଓବାଦୀ ଦମନ ପାଇଁ କୋବ୍ରା ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଉଥିଲା। ଏହି ସମୟରେ ଯବାନମାନେ ପାହାଡ ନିକଟରେ କିଛି ପୋତା ହୋଇଥିବା ଦେଖି ସନ୍ଦେହ କରି ସର୍ଚ୍ଚ କରିବାରୁ ଦୁଇଟି ଆଇଇଡି ବୋମା ମାଟି ତଳେ ପୋତାହୋଇ ରହିଥିବା ଦେଖିଥିଲେ। ତେବେ ଦୁଇଟି ବୋମାକୁ ଯବାନମାନେ ସୁରକ୍ଷିତ ଭାବେ ଉଦ୍ଧାର କରି ଘଟଣା ସ୍ଥଳରେ ନିଷ୍କ୍ରିୟ କରିଦେଇଥିବା ଜଣାପଡିଛି। ପ୍ରତ୍ୟେକ ବୋମାର ଓଜନ ପ୍ରାୟ ୪ କି.ଗ୍ରା. ରହିଥିଲା। ଯବାନମାନେ ବୋମା ନିଷ୍କ୍ରିୟ କରି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।

Share