Categories: ଫୁରସତ

ଟୁ ଇନ୍‌ ଓ୍ବାନ ବ୍ୟାକ୍‌ପ୍ୟାକ୍‌

ସ୍କୁଲ, କଲେଜ ହେଉ ଅବା ଅଫିସ୍‌ କିମ୍ବା ଆଉଟିଂ। ଯେଉଁଆଡେ ଗଲେ ବି ବ୍ୟାକ୍‌ପ୍ୟାକ୍‌ର ଆବଶ୍ୟକତା ପଡ଼େ। ଏଥିରେ ଅନେକ ଜରୁରୀ ଜିନିଷ ଆରାମରେ ରହିପାରେ। ଆଉ ଏହାକୁ ପିଠିପଟେ କ୍ୟାରି କଲେ ବିଶେଷ କଷ୍ଟ ବି ହୁଏନା। ତେଣୁ ଏହାର ଚାହିଦା ବହୁତ ରହିଛି। ତେବେ ଜାଣି ଖୁସି ହେବେ ଏବେ ଏମିତି ଏକ ବ୍ୟାକ୍‌ପ୍ୟାକ୍‌ ତିଆରି ହୋଇଛି, ଯେଉଁଥିରେ ଏକ ବହୁତ ଭଲ ବୈଶିଷ୍ଟ୍ୟ ଯୋଡି ହୋଇଛି। ସେ ହେଉଛି ଏହି ବ୍ୟାକ୍‌ପ୍ୟାକ ଏକ ଚେୟାରର କାମ ବି କରିବ। ଅର୍ଥାତ୍‌ ଉକ୍ତ ବ୍ୟାକ୍‌ପ୍ୟାକ୍‌ରେ ଆବଶ୍ୟକୀୟ ଜିନିଷ ରହିବା ସହ ଏହା ଏକ ପ୍ରକାରର ଫୋଲ୍ଡିଂ ଚେୟାର ଭଳି ମଧ୍ୟ କାମ କରିବ। ଯାହାକୁ କି ଆବଶ୍ୟକସ୍ଥଳେ ଖୋଲି ଚେୟାର ଭାବେ ବ୍ୟବହାର କରିହେବ। ତେଣୁ ଏହାକୁ ଟୁ -ଇନ୍‌ – ଓ୍ବାନ ଚେୟାର କୁହାଯାଉଛି। କୌଣସି ସ୍ଥାନରେ ବସିବାର ସୁବିଧା ନ ଥିଲେ ଏହି ବ୍ୟାକ୍‌ପ୍ୟାକ୍‌ ଆପଣଙ୍କର ବହୁତ କାମରେ ଲାଗିବ। ବସ୍‌ଷ୍ଟପ୍‌ରେ ବସ୍‌କୁ ଅପେକ୍ଷା କରି କରି ହାଲିଆ ହୋଇଗଲେ ଏହାକୁ ଖୋଲି ବସିପାରିବେ।

Share