ବ୍ରିଟିଶ ଏକାଡେମୀ ବୁକ୍‌ ପ୍ରାଇଜ୍‌ ୨୦୨୩ରେ ଭାରତୀୟ ମୂଳର ଦୁଇ ଲେଖକ

ଲଣ୍ଡନ, ୧୨।୯: ବ୍ରିଟିଶ ଏକାଡେମୀ ବୁକ୍‌ ପ୍ରାଇଜ୍‌ ୨୦୨୩ପାଇଁ ଭାରତୀୟ ମୂଳର ଦୁଇ ଲେଖକଙ୍କୁ ମନୋନୀତ କରାଯାଇଛି। ବିଶ୍ୱର ୬ଟି ଲେଖକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରାଯାଇଛି। ସେଥିରେ ଭାରତୀୟ ବଂଶୋଦ୍ଭବ ନନ୍ଦିନୀ ଦାସ ଏବଂ କ୍ରିସ ମଞ୍ଜପାରାଙ୍କ ନାମ ମଧ୍ୟ ରହିଛି। ପୁରସ୍କାରର ମୂଲ୍ୟ ରହିଛି ୨୫ହଜାର ପାଉଣ୍ଡ।

ଭାରତରେ ଜନ୍ମିତ ନନ୍ଦିନୀ ଦାସଙ୍କ ପୁସ୍ତକ ‘କୋର୍ଟିଂ ଇଣ୍ଡିଆ: ଇଂଲଣ୍ଡ, ମୋଗଲ ଇଣ୍ଡିଆ ଏବଂ ଅରିଜିନ୍ସ ଅଫ ଏମ୍ପାୟାର’ ଓ ଆଫ୍ରିକୀୟ ଭାରତୀୟ ବଂଷେଦ୍ଭେବ କ୍ରିସ ମଞ୍ଜପାରାଙ୍କ ‘ବ୍ଲାକ ଘୋଷ୍ଟ ଅଫ ଏମ୍ପାୟାର’ ପୁସ୍ତକ ବ୍ରିଟିଶ ଏକାଡେମୀ ବୁକ୍‌ ପ୍ରାଇଜ୍‌ ୨୦୨୩ ପାଇଁ ଚୟନ ହୋଇଛି।

୪୦ ବର୍ଷିୟ ନନ୍ଦିନୀ ଦାସ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଇଂରାଜୀ ଅଧ୍ୟାପନା ସହ ପ୍ରାଥମିକ ଆଧୁନିକ ସାହିତ୍ୟ ଓ ସଂସ୍କୃତିର ପ୍ରଫେସର ଅଟନ୍ତି। ସେ ଭାରତରେ ପାଳିତ କିନ୍ତୁ ଉଚ୍ଚ ଶିକ୍ଷା ପାଇଁ ଇଂଲଣ୍ଡ ଯାଇଥିଲେ। ସେହିପରି ୪୦ବର୍ଷିୟ କ୍ରିସ ମଞ୍ଜପାରା, କାନାଡାରେ ବଢିିଥିଲେ। ବର୍ତ୍ତମାନ ମାସାଚୁସେଟ୍ସର ବୋଷ୍ଟନ ସ୍ଥିତ ଉତ୍ତର-ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର ଇତିହାସ ଏବଂ ଗ୍ଲୋବାଲ ଷ୍ଟଡିଜ ର ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି।

Share