Categories: ଖେଳ

ଭାରତୀୟ ଦଳ ପାଇଁ ବଢିଲା ଚିନ୍ତା: ରିଷଭ ପନ୍ତଙ୍କୁ କରୋନା

ଲଣ୍ଡନ,୧୫।୭: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ୟୁରୋ କପରେ ଇଂଲଣ୍ଡ ଏବଂ ଜର୍ମାନୀ ମଧ୍ୟରେ ମ୍ୟାଚ ଦେଖିବା ପାଇଁ ପନ୍ତ କିଛି ଦିନ ପୂର୍ବରୁ ଲଣ୍ଡନର ୱେମ୍ବଲି ଷ୍ଟାଡିୟମକୁ ଯାଇଥିଲେ। ଷ୍ଟାଡିୟମରେ ପନ୍ତ ମଧ୍ୟ ହଜାର ହଜାର ଲୋକଙ୍କ ମଧ୍ୟରେ ମାସ୍କ ନ ପିନ୍ଧି ପ୍ରଶଂସକଙ୍କ ସହ ଫଟୋ ଉଠାଇଥିଲେ। ଏବେ ସେ କରୋନାର ଶିକାର ହୋଇଛନ୍ତି। ଜୁଲାଇ ୧୯ ପର୍ଯ୍ୟନ୍ତ ପନ୍ତଙ୍କୁ ଅଲଗା ରହିବାକୁ ପଡ଼ିବ। ଏହା ପରେ ତାଙ୍କର କରୋନା ପରୀକ୍ଷା ପୁଣି କରାଯିବ। ଯଦି ପନ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସେ, ତେବେ ସେ ଜୁଲାଇ ୨୦ରୁ ଡରହମ୍‌ରେ ହେବାକୁ ଥିବା ଅଭ୍ୟାସ ମ୍ୟାଚ୍‌ରେ ଅଂଶଗ୍ରହଣ କରିବେ।

Share