ମାଲେ,୨୨ା୧୦: ମାଳଦ୍ୱୀପରେ ଥିବା ଭାରତୀୟ ଉଚ୍ଚ ଆୟୋଗ ହାଓ୍ବାଲ ମାକୁନୁଧୁ ଦ୍ୱୀପରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ୟାସ ସିଲିଣ୍ଡର ଫାଟି ଦୁଇ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଭାରତୀୟ ଉଚ୍ଚ ଆୟୋଗ ମାଳଦ୍ୱୀପ କର୍ତ୍ତୃପକ୍ଷ ଏବଂ ମୃତକଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି।
ପୋଲିସ ସୂଚନାନୁସାରେ, ମାଛ ବଜାର ନିକଟରେ ଏକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଯେଉଁ କାରଣରୁ ଏହି ଘଟଣା ଘଟିଥିଲା। ଆହତଙ୍କ ମଧ୍ୟରେ ଦୁଇ ବିଦେଶୀ ବ୍ୟକ୍ତି ବୋଲି ଚିହ୍ନଟ କରାଯାଇଥିଲା ଏବଂ ଉଭୟ ମାକୁନୁଧୁ ବିମାନବନ୍ଦର ପାଇଁ ଜମି ପୁନରୁଦ୍ଧାର କାର୍ଯ୍ୟ କରୁଥିବା ଏକ କମ୍ପାନୀରେ ନିୟୋଜିତ ହୋଇଥିଲେ।