ଆମେରିକାର ‘ସର୍ବୋଚ୍ଚ ବୈଜ୍ଞାନିକ ସମ୍ମାନ’ ପାଇଲେ ଦୁଇ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ୍‌,୨୭।୧୦: ଆମେରିକାରେ ଦୁଇ ଭାରତୀୟଙ୍କୁ ସମ୍ମାନିତ କରାଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ ସମ୍ମାନିତ କରିଛନ୍ତି। ଏହି ଦୁଇ ବୈଜ୍ଞାନିକ ହେଲେ ଅଶୋକ ଗଡଗିଲ ଏବଂ ସୁବ୍ରା ସୁରେଶ। ଦେଶର ଉନ୍ନତି ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଅନେକ ଆମେରିକୀୟଙ୍କୁ ନ୍ୟାଶନାଲ ମେଡାଲ ଅଫ ସାଇନ୍ସ ଏବଂ ନ୍ୟାସନାଲ ମେଡାଲ ଅଫ ଟେକ୍ନୋଲୋଜି ଆଣ୍ଡ ଇନୋଭେସନ ସମ୍ମାନିତ କରିଛି ବୋଲି ହ୍ବାଇଟ ହାଉସ କହିଛି।

ଅଶୋକ ଗଡଗିଲ ମୁମ୍ବାଇରେ ଜନ୍ମଗ୍ରହଣ କରିଛନ୍ତି। ବିକାଶଶୀଳ ଦେଶଗୁଡିକ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ ସେ ଅଧ୍ୟୟନ କରି ସେଗୁଡ଼ିକ ଉପରେ କାର୍ଯ୍ୟ କରିଛନ୍ତି। ପାନୀୟ ଜଳ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ସେହିପରି
ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନର ପୂର୍ବତନ ମୁଖ୍ୟ ସୁବ୍ର ସୁରେଶ ବ୍ରାଉନ ୟୁନିଭରସିଟିର ସ୍କୁଲ ଅଫ ଇଞ୍ଜିନିୟରିଂର ପ୍ରଫେସର। ସେ ବିଜ୍ଞାନର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଗବେଷଣା କରିଛନ୍ତି। ଉଭୟ ଜୀବନ ରକ୍ଷାକାରୀ ପ୍ରଣାଳୀ ଓ ଖାଦ୍ୟ ନିରାପତ୍ତା ଉପରେ ଗବେଷଣା କରିଛନ୍ତି। ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ହେତୁ ଉଭୟଙ୍କୁ ଆମେରିକାର ସମ୍ମାନ ପ୍ରଦାନ କରାଯାଇଛି।

Share