ମାଞ୍ଜାସୁତାରେ ପୁଣି ଜଣକ ବେକ କଟିଲା

କଟକ,୧୬ା୧ (କାର୍ତ୍ତିକ ସାହୁ) ଗୁଡ଼ିରେ ବ୍ୟବହୃତ ମାଞ୍ଜାସୂତା ଲାଗି ପୁଣି ଜଣକ ବେକ କଟିଛି। ବାଦାମବାଡ଼ି ଅଞ୍ଚଳରେ ମଙ୍ଗଳବାର ଅପରାହ୍ଣରେ ଘଟିଛି ଏଭଳି ଅଘଟଣ। ଆହତ ବ୍ୟକ୍ତି ଜଣକ ହେଲେ ୪୨ ମୌଜା ନହରପଦା ଗ୍ରାମର ଶିବ ପ୍ରସାଦ ପଣ୍ଡା(୪୮)।

ସୂଚନାନୁସାରେ, ଆହତ ଶିବପ୍ରସାଦ ବାଦାମବାଡି ଅଞ୍ଚଳରେ ଯାଉଥିବା ବେଳେ ହଠାତ୍‌ ଗୁଡିସୂତା ତାଙ୍କ ବେକରେ ଲାଗିଯାଇଥିଲା। ଏହାଦ୍ୱାରା ତାଙ୍କ ବେକ କଟିଯାଇଛି। ସେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ମକର ସଂକ୍ରାନ୍ତି ସୋମବାର ସକାଳୁ ମାଞ୍ଜାସୂତା ଲାଗି ନିଆଳି ଅଞ୍ଚଳର ୨ ଜଣ ଯୁବକ ଆହତ ହୋଇଥିଲେ। ଜଣେ ଯୁବକଙ୍କ ବେକରେ ମାଞ୍ଜାସୁତା ଲାଗି କଟି ଯାଇଥିବା ବେଳେ ଅନ୍ୟ ଜଣଙ୍କ ପାପୁଲି କଟି ରକ୍ତାକ୍ତ ହୋଇଥିଲା। ଯୁବକଦ୍ୱୟ କୌଣସି କାମରେ ବାଇକ ଯୋଗେ ନିଆଳିରୁ କଟକ ଅଭିମୁଖେ ଆସୁଥିଲେ। ଗୋପଳପୁର ନିକଟରେ ଏଭଳି ଅଘଟଣର ସେମାନେ ସାମ୍ନା କରିଥିଲେ। ସେହିପରି ଗତ ସପ୍ତାହରେ ମର୍କତନଗର ସେକ୍ଟର-୧୦ ଅଞ୍ଚଳର ମଧ୍ୟ ଏଭଳି ଅଘଟଣ ଘଟିଥିଲା। ଏଥିରେ ପ୍ରମୋଦ ସାମନ୍ତରାୟ ଓ ବିରିବାଟୀ ଅଞ୍ଚଳର ଭୋଳାଶଙ୍କର ପରିଡ଼ା ବେକରେ ମାଞ୍ଜା ସୂତା ଲାଗି ଆହତ ହୋଇଥିଲେ। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ପୋଲିସ ପ୍ରଶାସନ ଏ ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ନ ହେଉଣୁ ଦାରିଙ୍ଗବାଡ଼ିରେ ପାଣି-ଗଛପତ୍ର ସବୁ ଶୁଖିଲା, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡ଼ି,୨୦ା୨(ଅରୁଣ ସାହୁ): ଯେଉଁ ଭଳି ଭାବରେ ଦିନକୁ ଦିନ ଖରାର ପ୍ରଭାବ ବୃଦ୍ଧି ପାଉଛି ସେହି ପରିମାଣଠାରୁ ଆହୁରି ଦ୍ରୁତଗତିରେ ଜଳସ୍ତର କମିବାରେ ଲାଗିଛି। ପିଇବା...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟରେ ନିର୍ମାଣ ହେବ ଆଉ ୫୦୦ ନୂଆ…

ଭୁବନେଶ୍ୱର,୨୦ା୨: ଗୁରୁବାର ଆରମ୍ଭ ହୋଇଥିବା ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରତାପ...

5Tର ପୋଲ୍‌ ଖୋଲିଲେ ସୁରେଶ ପୂଜାରୀ, କହିଲେ ପ୍ରୋସେସିଂ ନ କରି କେବଳ…

ଭୁବନେଶ୍ୱର,୨୦ା୨: ଗୁରୁବାର ଆରମ୍ଭ ହୋଇଛି ବିଧାନସଭା କାର୍ଯ୍ୟ। ଏଥିରେ ପୂର୍ବ ସରକାରରେ ଥିବା 5Tର ପୋଲ ଖୋଲିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଧାୟକ ପ୍ରତାପ...

ଗୁମୁକାରେ ଚାଞ୍ଚଲ୍ୟ: ମହିଳାଙ୍କୁ ବଳାତ୍କାର ପରେ ହତ୍ୟା, ଅଭିଯୁକ୍ତଙ୍କୁ ଘେରିଲେ ଗ୍ରାମବାସୀ

କାଲିମେଳା,୨୦ା୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗୁମୁକା ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ପରେ...

ଓଭରହେଡ୍‌ ଟ୍ୟାଙ୍କ ବସିଛି, ହେଲେ ଲୋକଙ୍କୁ ମିଳୁନି ପାଣି

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ପାନୀୟଜଳ ଯୋଗାଣ ପାଇଁ ୧୦ହଜାର ଲିଟର ପାଣି ସଂରକ୍ଷିତ କ୍ଷମତା ସମ୍ପନ୍ନ ଓଭରହେଡ୍‌ ଟ୍ୟାଙ୍କ ବସିଛି। ପମ୍ପ ହାଉସ୍‌ ବି ରହିଥିବାବେଳେ ଗ୍ରାମର...

ନୂଆ ବସ୍‌ଷ୍ଟାଣ୍ଡରେ ଜବରଦଖଲ ଉଚ୍ଛେଦ

ସୁନ୍ଦରଗଡ,୨୦ା୨(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲୁହୁରାଢିପା ସ୍ଥିତ ନୂଆ ବସଷ୍ଟାଣ୍ଡରେ ବୁଧବାର ପୌରପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦ ପାଇଁ ଗତ...

୫୦୦୦ ଟଙ୍କାରେ ଆରମ୍ଭ ହୋଇଥିବା KIIT ଆଜି କୋଟି କୋଟି ଟଙ୍କାର ସାମ୍ରାଜ୍ୟ, ଜାଣନ୍ତୁ ଏହା ପଛର ପୂରା କାହାଣୀ…

ଭୁବନେଶ୍ୱର,୨୦ା୨: ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ ଓଡ଼ିଶାର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ଅଶାନ୍ତ ପରିସ୍ଥିତିରେ ପଡ଼ିଛି। ଏହି ଘଟଣା ପରେ...

KIIT student death row: ଅଚ୍ୟୁତ ସାମନ୍ତଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୦।୨: KIIT University ରେ ବି.ଟେକ ଛାତ୍ରୀ ପ୍ରକ୍ରିତି ଲାମସଲଙ୍କ ଆତ୍ମହତ୍ୟା ଏବଂ ନେପାଳୀ ଛାତ୍ରୀଛାତ୍ରଙ୍କୁ ବଳପୂର୍ବକ କଲେଜରୁ ବିତାଡ଼ିତ କରି ର୍ନିଯାତନା ଘଟଣାରେ ବିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image