ଘସିପୁରା,୨୫ା୧୦(ନିରଞ୍ଜନ ସାହୁ): ଆନନ୍ଦପୁର ପୌରପରିଷଦ ଶାଳପଡ଼ା ନୂଆ କଲୋନୀରେ ମାଙ୍କଡ଼ ଆକ୍ରମଣରେ ଦୁଇ ଜଣ ଆହତ ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଶାଳପଡ଼ା ନୂଆ କଲୋନୀର ଉପେନ୍ଦ୍ର ଜେନା ଓ ସୁରଭି ଦଳେଇ ମାଙ୍କଡ଼ ଆକ୍ରମଣର ଶିକାର ହୋଇଥିଲେ। ପୂର୍ବରୁ ଅସୁସ୍ଥ ଥିବା ଉପେନ୍ଦ୍ର ଘରୁ ବାହାରକୁ ଆସିଥିବା ସମୟରେ ଅତର୍କିତ ଭାବେ ଗୋଟିଏ ମାଙ୍କଡ଼ ତାଙ୍କୁ କାମୁଡିଥିଲା। ପରେ ମାଙ୍କଡ଼ଟି କଲୋନୀ ସୁରଭି ଦଳେଇଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଉଭୟଙ୍କୁ ପରିବାର ପକ୍ଷରୁ ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବନବିଭାଗ ପକ୍ଷରୁ ମାଙ୍କଡ଼କୁ କାବୁ କରିବାକୁ ଭୟଭୀତ କଲୋନୀବାସୀ ଦାବି କରିଛନ୍ତି।