ଦୁଇ ବିଚାରାଧୀନ କଏଦୀ ଫେରାର

ଅନୁଗୋଳ ଅଫିସ୍‌,୧୯।୭: ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ କାରାଗାରର ପାଚେରି ଡେଇଁ ଦୁଇ ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଫେରାର ଦୁଇ କଏଦୀ ହେଲେ ଡିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ ଖମାର ଥାନା ଓ ଗ୍ରାମର ନେଣ୍ଟୁ ନାଏକ ବୋଲି ଜଣାପଡିଛି। କଏଦୀମାନେ ରାତ୍ର ଭୋଜନ କରିବା ପରେ ନିଜ ନିଜର କୋଠରୀକୁ ଯାଇଥିଲେ। ତେବେ ରାତିରେ ଝିପିଝିପି ବର୍ଷାର ସୁଯୋଗ ନେଇ ଏହି ଦୁଇ କଏଦୀ ଜେଲର ପାଚେରି ଡେଇଁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି। ଜେଲ କର୍ତ୍ତୃପକ୍ଷ ବହୁତ ଖୋଜାଖୋଜି କରି ନ ପାଇବା ପରେ ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରି ରାତିତମାମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଧରିବାରେ ସକ୍ଷମ ହୋଇପାରି ନାହାନ୍ତି। ତେବେ ବର୍ତ୍ତମାନ ଜେଲରେ ମାତ୍ର ଛଅ ସାତ ଜଣ କଏଦୀ ଅଛନ୍ତି। କଏଦୀଙ୍କଠାରୁ ଜେଲ କର୍ମଚାରୀଙ୍କ ସଂଖ୍ୟା ଅଧିକ ଅଛନ୍ତି। ଏହାସତ୍ତ୍ୱେ ମଧ୍ୟ ଦୁଇ ଜଣ କଏଦୀ ପାଚେରି ଡେଇଁ ଫେରାର ହୋଇଯିବା ଜେଲ କର୍ତ୍ତୃପକ୍ଷଙ୍କ ପାରିବା ପଣିଆକୁ ପଦାରେ ପକାଇଛି।

Share