ନକଲି ନୋଟ କାରବାର କରୁଥିଲେ: ୨ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ

ବାରିପଦା ଅଫିସ,୧୭।୧୨: ବାରିପଦା ସହରରେ ନକଲି ନୋଟ କାରବାର କରୁଥିବା ୨ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଗୁରୁବାର ସକାଳେ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତ ବୋହଡ଼ାଗୁଡ଼ା ଅଞ୍ଚଳର ରକ୍ଷାହରୀ ରଣା ଓ ରାସ ବିହାରୀ ରଣା। ପୋଲିସ ସେମାନଙ୍କଠାରୁ ମୋଟ ୮୫ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ସେଥିରେ ୫୦୦ଟଙ୍କିଆ ୧୧୦ ଖଣ୍ଡ ଓ ୧୦୦ଟଙ୍କିଆ ୩୦୦ ଖଣ୍ଡ ନୋଟ ରହିଛି। ଏହାଛଡ଼ା ୨ଟି ମୋବାଇଲ ଫୋନ ଏବଂ ଗୋଟିଏ ବାଇକ୍‌ ଜବତ କରାଯାଇଥିବା ସୂଚନା ମିଳିଛି।

Share