ଦୀପିକାଙ୍କ ହ୍ୟାଣ୍ଡବ୍ୟାଗ୍‌ ଦାମ୍‌ ବଦଳରେ କିଣି ହେବ ଦୁଇ ଆଇଫୋନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସ୍ବାମୀ ରଣବୀର ସିଂ ନିଜ ଫ୍ୟାଶନ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥର ମଧ୍ୟ ଏକ ହ୍ୟାଣ୍ଡବ୍ୟାଗ୍‌କୁ ନେଇ ଦୀପିକା ଚର୍ଚ୍ଚାରେ ରହିଛନ୍ତି। ଯାହାର ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ରଣବୀର ଏବଂ ଦୀପିକାଙ୍କୁ ମୁମ୍ବାଇ ବିମାନବନ୍ଦରରେ ସ୍ପଟ୍‌ କରାଯାଇଥିଲା। ଏଠାରେ ଦୀପିକାଙ୍କ ହ୍ୟାଣ୍ଡବ୍ୟାଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ବ୍ୟାଗ ଦାମ୍‌ରେ ଦୁଇଟି ଆଇଫୋନ କିଣାଯାଇପାରିବ ବୋଲି ପ୍ରଶଂସକଙ୍କ ମହଲରେ ଆଲୋଚନା ହେଉଛି।

ଦୀପିକା ଡ୍ରେସ୍‌ ସହିତ ମ୍ୟାଚ୍‌ କରି ଏକ ବେଜ କଲରର ମାସ୍କ ପିନ୍ଧିଥିଲେ। ଲେସ ଅପ ଚମଡ଼ା ପ୍ଲାଟଫର୍ମ ଜୋତା ମଧ୍ୟ ପିନ୍ଧିଥିଲେ। ଏହି ଲୁକ୍‌କୁ ସବୁଠୁ ଆକର୍ଷଣୀୟ କରିଥିଲା ତାଙ୍କ ହ୍ୟାଣ୍ଡବ୍ୟାଗ୍‌।

ଦୀପିକା ଯେଉଁ ବ୍ୟାଗ୍‌ ଧରିଥିଲେ ଏହାର ମୂଲ୍ୟ ଆମେରିକୀୟ ଡଲାର ଅନୁଯାୟୀ ୩୮୦୦ ଡଲାର। ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୨,୭୮,୯୦୨ ଟଙ୍କା। ଏହି ଦାମ୍‌ରେ ଦୁଇଟି ଆଇଫୋନ ୧୨ ପ୍ରୋ କିଣାଯାଇପାରିବ। ଗୋଟିଏର ଦାମ୍‌ ପ୍ରାୟ ୧ ଲକ୍ଷ ୧୯ ହଜାର ଟଙ୍କା ପଡ଼ିବ।

Share