ଇଜିପ୍ଟରେ ୨ ଇସ୍ରାଏଲ ପର୍ଯ୍ୟଟକଙ୍କୁ ହତ୍ୟା

କାଇରୋ,୮ା୧୦: ଇଜିପ୍ଟର ଆଲେକ୍‌ଜାଣ୍ଡ୍ରିଆ ସହରରେ ଜଣେ ପୋଲିସ ଅଫିସର ରବିବାର ଇସ୍ରାଏଲରୁ ଆସିଥିବା ପର୍ଯ୍ୟଟକଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ୨ଜର ଇସ୍ରାଏଲୀ ଏବଂ ଜଣେ ଇଜିପ୍ଟ ନାଗରିକଙ୍କ ମୃତ୍ୟୁ ଘଟିଛି। ଶନିବାରଠାରୁ ପାଲେଷ୍ଟାଇନ୍‌ର ହମାସ ଏବଂ ଇସ୍ରାଏଲୀ ସେନା ମଧ୍ୟରେ ସଂଘର୍ଷ ଲାଗି ରହିଥିବା ବେଳେ ଇଜିପ୍ଟରେ ୨ ଇସ୍ରାଏଲୀ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଛି। ପୋଲିସ ଅଫିସରଙ୍କ ଗୁଳିରେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ସୁରକ୍ଷା ବଳ ଅଟକ ରଖି ତଦନ୍ତ ଚଳାଇଛି।

Share