ରାଜଧାନୀରେ ଚାଞ୍ଚଲ୍ୟ: ଶାବଳରେ ମା’ଙ୍କୁ ହତ୍ୟାକଲେ ଦୁଇ ନାବାଳକ ପୁଅ

ଭୁବନେଶ୍ୱର,୧୭ା୯(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର (ଡି.ଏନ୍‌.ଏ.) – ସ୍ନେହ ବଦଳରେ ମା’ ନିର୍ଯାତନା ଦେଉଥିଲେ। ମଦ ଓ ନିଶାରେ ବୁଡ଼ି ରହୁଥିବା ମା’ର ଅତ୍ୟାଚାର ଅସହ୍ୟ ହେବାରୁ ଦୁଇ ନାବାଳକ ପୁଅ ନିଷ୍ଠୁର ହୋଇପଡ଼ିଥିଲେ। ଶେଷରେ ଘର ଭିତରେ ଶାବଳରେ ପିଟି ମା’ଙ୍କୁ ମାରିଦେଲେ। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସୁନ୍ଦରପଦାସ୍ଥିତ ଅର୍ଚିଡ୍‌ ରେସିଡେନ୍ସ ଆପାର୍ଟମେଣ୍ଟରେ ବୁଧବାର ରାତିରେ ଘଟିଛି ଏଭଳି ଏକ ଲୋମଟାଙ୍କୁରା ଘଟଣା। ମୃତା ମହିଳା ଜଣକ ହେଲେ ପୁରୀର ବିନୋଦିନୀ ମିଶ୍ର (୪୦)। ପୋଲିସ ବାଥ୍‌ରୁମ୍‌ରୁ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜୋନ୍‌ ଏସିପି ବିଷ୍ଣୁ ପାତ୍ର, ଥାନାଧିକାରୀ ଦୀପକ ମିଶ୍ର ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ଘରୁ ସିଗାରେଟ, ମଦ ବୋତଲ ଓ ହତ୍ୟାରେ ବ୍ୟବହୃତ ଶାବଳ ଜବତ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ଏକାଧିକ ନମୁନା ସଂଗ୍ରହ କରି ନେଇଛି। ଅନ୍ୟପକ୍ଷରେ ପୋଲିସ ଏନେଇ ଥାନାରେ ଆଇପିସି ଦଫା ୩୦୨ରେ ମାମଲା (ନଂ.୧୮୨/୨୦) ରୁଜୁ କରି ଅଭିଯୁକ୍ତ ଦୁଇ ନାବାଳକ ପୁଅଙ୍କୁ ଧରି ଥାନାରେ ରଖିଛି। ବଡ଼ପୁଅ ଦଶମରେ ପଢ଼ୁଥିବାବେଳେ ସାନ ଅଷ୍ଟମ ଶ୍ରେଣୀର ଛାତ୍ର। ସେମାନଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯିବା ପରେ ବ୍ରହ୍ମପୁରସ୍ଥିତ ବାଳ ସୁଧାରଗୃହକୁ ଶୁକ୍ରବାର ପଠାଯିବ। ଏହାସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଏସିପି ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri