କ୍ୟାପିଟାଲ ହିଲ୍‌ ହିଂସା: ‘ପ୍ରାଉଡ ବୟଜ’ର ୨ନେତାଙ୍କୁ ଦଣ୍ଡାଦେଶ, ୬୦୦ରୁ ଅଧିକ ଅଭିଯୁକ୍ତଙ୍କ ଉପରେ ହେଲାଣି କାର୍ଯ୍ୟାନୁଷ୍ଠାନ

ଓ୍ବାଶିଂଟନ୍‌,୨।୯: ଆମେରିକାର ସଂସଦ ଭବନ କ୍ୟାପିଟାଲ ହିଲ ହିଂସା ମାମଲାରେ ପ୍ରାଉଡ ବୟଜ ଗ୍ରୁପର ଦୁଇଜଣ ନେତା ଜୋସେଫ ବିଗ୍ସ ଓ ଜାକାରି ରେହଲଙ୍କୁ ଦଣ୍ଡିତ କରାଯାଇଛି। ଜଜ ଟିମୋଥି କେଲି ପ୍ରାଉଡ ବୟଜ ସଞ୍ଚାଳକ ବିଗ୍ସଙ୍କୁ ୧୭ ବର୍ଷ ଓ ରେହଲଙ୍କୁ ୧୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଆସନ୍ତା ସପ୍ତାହରେ ମଙ୍ଗଳବାର ଦିନ ଦକ୍ଷିଣପନ୍ଥୀ ସଂଗଠନ ପ୍ରାଉଡ ବୟଜର ପୂର୍ବତନ ଅଧ୍ୟକ୍ଷ ଏନ୍ରିକ ଟାରିଓଙ୍କୁ ଦଣ୍ଡିତ କରାଯିବ। ଟାରିଓଙ୍କୁ ୩୩ବର୍ଷ ପାଇଁ ଜେଲ ଦଣ୍ଡ ଦେବାକୁ ଦାବି କରାଯାଇଛି। ବିଗ୍ସ କ୍ୟାପିଟାଲ ହିଲ୍ସ ଉପରେ ଆକ୍ରମଣ ସମୟରେ ସୁରକ୍ଷା ବାଡ ଭାଙ୍ଗି ସଂସଦରେ ପ୍ରବେଶ କରି ସିନେଟ ଚାମ୍ବରରେ ବସି ଯାଇଥିଲେ।

୨୦୨୧ରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଅସନ୍ତୁଷ୍ଟ ହୋଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାପିଟାଲ ହିଲରେ ତାଙ୍କ ସମର୍ଥକଙ୍କୁ ଦ୍ୱାରା ଘେରାଉ କରିଥିଲେ। ଆମେରିକାର ଇତିହାସରେ ଏହି ଦିନଟିକୁ କଳା ଦିବସ ଭାବରେ ଗଣାଯାଏ। ଏପର୍ଯ୍ୟନ୍ତ ୬୦୦ରୁ ଅଧିକ ଦୋଷୀଙ୍କୁ ଏହି ମାମଲାରେ ଦଣ୍ଡିତ କରାଯାଇଛି।

Share