Categories: ଜାତୀୟ

ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର,୧୯।୬: କୁପୱାରା ଏବଂ କୁଲଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ରବିବାର ଏନକାଉଣ୍ଟର ହୋଇଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।
ସୂଚନାନୁସାରେ, ରବିବାର ଜିଲାର ଲୋଲାବ ଅଞ୍ଚଳରେ କୁପୱାରା ପୋଲିସ ଏବଂ ୨୮ ଆରଆର ସେନା କର୍ମଚାରୀ ମିଳିତ ଆତଙ୍କବାଦ ବିରୋଧୀ ଅପରେସନ କରିଥିଲେ। ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବରେ ସୁରକ୍ଷା ବାହିନୀ ମଧ୍ୟ ଗୁଳି ଚଳାଇଥିଲେ। ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସେଠାରେ ଏବେ ମଧ୍ୟ ଅପରେଶନ ଜାରି ରହିଛି।
ଅନ୍ୟପକ୍ଷରେ କୁଲଗାମର ଡିଏଚ ପୋରାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏଠାରେ ସୁରକ୍ଷାବାହିନୀ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି।

Share