Categories: ଜାତୀୟ

କୁପୱାଡାରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଜଣେ ପାକିସ୍ତାନୀ ସମେତ ଲସ୍କରର ୨ ଆତଙ୍କବାଦୀ ନିହତ

ଜମ୍ମୁ,୭ ।୬: ଜମ୍ମୁ-କଶ୍ମୀରର କୁପୱାଡାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷାର୍କମୀଙ୍କ ସହ ମୁହାଁମୁହିଁ ସମୟରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପ୍ରତିବନ୍ଧିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବାର ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ତୁଫୈଲ ବୋଲି ଜଣାପଡିଛି । କଶ୍ମୀର ଜୋନର ଆଇଜି ବିଜୟ କୁମାର କହିଛନ୍ତି ମୁହାଁମୁହିଁ ସଂଘର୍ଷରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି ଏମାନଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ଥିବା ବେଳେ ଏବେବି ସର୍ଚ୍ଚ ଅପରେଶନ ଜାରି ରହିଛି ।

Share