ବିମାନରୁ ମିଳିଲା ଦୁଇ ଜୀବନ୍ତ ଗୁଳି

ସିଓଲ,୧୦ା୩: ଦକ୍ଷିଣ କୋରିଆର ଇଞ୍ଚନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ କରିବାକୁ ଥିବା ବିମାନରୁ ଦୁଇଟି ଜୀବନ୍ତ ଗୁଳି ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ବିମାନ ଅଧିକାରୀମାନେ ତୁରନ୍ତ ବିମାନକୁ ସ୍ଥାନାନ୍ତର କରିଥିଲେ। କୁହାଯାଉଛି, ସେହି ସମୟରେ ବିମାନରେ ୨୩୦ ଜଣ ଯାତ୍ରୀ ଥିଲେ।

ସୂଚନାନୁସାରେ, କୋରିଆ ଏୟାରଲାଇନ୍ସ କମ୍ପାନୀ ଲିମିଟେଡ୍‌ର ଜେଟ ଶୁକ୍ରବାର ସକାଳେ ଇଞ୍ଚନ ବିମାନବନ୍ଦରରୁ ସକାଳ ୭.୪୫ରେ ମାନିଲା ଅଭିମୁଖେ ଯାତ୍ରା କରିବାର ଥିଲା। ବିମାନରେ ବସିଥିବା ଜଣେ ଯାତ୍ରୀଙ୍କ ଉପରେ ୯ ମିଲିମିଟର ଆକାରର ଗୁଳି ଦେଖିବାକୁ ମିଳିଥିଲା। ଗୁଳି ମିଳିବା ପରେ ବିମାନଟି ଟର୍ମିନାଲକୁ ପଠାଇ ଦିଆଯାଇଛି। ଅଧିକାରୀମାନେ ବିମାନକୁ ସ୍ଥାନାନ୍ତର କରିଥିଲେ। ବିମାନରେ ୨୧୮ ଜଣ ଯାତ୍ରୀ ଥିଲେ। ଯାଞ୍ଚ ପରେ ବିମାନଟିକୁ ସକାଳ ୧୧ଟାରେ ପଠାଯାଇଛ

Share